ମାଶ୍ୟାମା କାଳୀ ପୂଜା ପାଇଁ ଉତ୍ସବ ମୁଖର ବାଲିମେଳା ସହର ।

ମାଶ୍ୟାମା କାଳୀ ପୂଜା ପାଇଁ ଉତ୍ସବ ମୁଖର ବାଲିମେଳା ସହର ।

ମାଶ୍ୟାମା କାଳୀ ପୂଜା ପାଇଁ ଉତ୍ସବ ମୁଖର ବାଲିମେଳା ସହର । କଲିମେଳା ୨୨/୧୦ ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଳକ ସହରର କାଳିଚ୍ଛକ ଅବସ୍ଥିତ ମାଶ୍ୟାମା କାଳୀ ମନ୍ଦିରରେ ଏହି ବର୍ଷ ପାରମ୍ପରିକ ଭାବରେ ୫୧ତମ କାଳୀପୂଜା ଉତ୍ସବ ଆୟୋଜିତ ହେଉଛି। ଏହି ଉତ୍ସବ ୨୦ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଧୁମଧାମରେ ପାଳନ କରାଯିବ। ପୂଜାକମିଟି ସଭାପତି *ଶ୍ରୀ ଅଭିଶେଖ ନାୟକ* ଓ ଉପସଭାପତି *ଶ୍ରୀ ଅଭୟ ପ୍ରସାଦ ନାୟକ*ଙ୍କ ନେତୃତ୍ୱରେ, ସାଧାରଣ ସମ୍ପାଦକ *ଶ୍ରୀ ପ୍ରତାପ କୁମାର ସ୍ୱାଇଁ*, ଯୁଗ୍ମ ସମ୍ପାଦକ *ଶ୍ରୀ ପ୍ରଶାନ୍ତ ମୁଦୁଲି*, *ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖରା*, କୋଷାଧକ୍ଷ *ଶ୍ରୀ ସତ୍ୟଜିତ ମୁଦୁଲି*, କାର୍ଯ୍ୟକାରି ସଦସ୍ୟ *ଶ୍ରୀ ମୋନଜ କୁମାର ନାୟକ*, *ଶ୍ରୀ ବିଜୟ କୁମାର ଦାସ*, *ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମୁଦୁଲି*, *ଶ୍ରୀ ଦୀପକ କୁମାର ସାହୁ*, *ଶ୍ରୀ ସୁରେନ୍ଦ୍ର ପାତ୍ର*, *ଶ୍ରୀ ଟୁକୁନା ପ୍ରଧାନ* ଓ ଅନେକ ଭକ୍ତମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ନେଇଛନ୍ତି। ୨୧ ଅକ୍ଟୋବର ସୋମବାର ସକାଳ ୧୦ ଘାଟିକାରେ ସ୍ଥାନୀୟ ଚିତାପାରି ନଦୀରୁ ଜଳ ଆସିଥିଲା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସହ ଏକ ବିରାଟ *କଳସଯାତ୍ରା* ଆୟୋଜିତ ହୋଇଯାଇଛି , ଯାହା ପରେ *ହୋମ ଯଂଜ୍ଞ* ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସମଗ୍ର କାଳିଚ୍ଛକ, ଗୋପବନ୍ଧୁ ଛକ ଓ ଅନ୍ୟାନ୍ୟ ସ୍ଥାନ ରଙ୍ଗ ବେରଙ୍ଗ ଆଲୋକରେ ଦୀପାବଳୀ ମହୋତ୍ସବ ମାନେଇବା ପାଇଁ ସଜାଯାଇଛି। ବିଭିନ୍ନ ସ୍ଥାନରେ ତରଣ ମଣ୍ଡପ ବନାଯାଇଛି। ବିଳମ୍ବ ରାତି ପର୍ଯ୍ୟନ୍ତ ଅନେକ ଭକ୍ତ ମନେ ଦର୍ଶନ କରିବାକୁ ଆସୁଛନ୍ତି। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର