ରିଘାଗଡ଼ରୁ ଅଜଗର ଓ ଖମାରସାହିରୁ ତମ୍ପସାପ ଉଦ୍ଧାର.

ରିଘାଗଡ଼ରୁ ଅଜଗର ଓ ଖମାରସାହିରୁ ତମ୍ପସାପ ଉଦ୍ଧାର.

*ରିଘାଗଡ଼ରୁ ଅଜଗର ଓ ଖମାରସାହିରୁ ତମ୍ପସାପ ଉଦ୍ଧାର* ରାଜନଗର ବ୍ଲକ୍ ଈଶ୍ବରପୁର ପଞ୍ଚାୟତ ରିଘାଗଡ଼ ( ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ) ଗ୍ରାମରୁ ବନ ବିଭାଗ ଟିମ୍ ୯ ଫୁଟ ଲମ୍ବର ଅଜଗର ଉଦ୍ଧାର କରିଛି। ଦୁଃଶାସନ ବେହେରାଙ୍କ ବାଡ଼ରେ ଲଗାଯାଇଥିବା ଜାଲରେ ଅଜଗର ଲାଗିଯାଇଥିବା ନେଇ ବନ ବିଭାଗକୁ ଖବର ଦେଇଥିଲେ | ସହକାରୀ ବନ ସଂରକ୍ଷକ ମାନସ ଦାସଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ନବୀନ ମଲ୍ଲିକଙ୍କ ନେତୃତ୍ବରେ ଫରେଷ୍ଟ ଗାର୍ଡ ବବୁଲ ପରିଡା ଓ କର୍ମଚାରୀ ପହଞ୍ଚି ଅଜଗରକୁ ଉଦ୍ଧାର କରି ଜାତୀୟ ଉଦ୍ୟାନରେ ଛାଡ଼ି ଦେଇଥିଲେ। ସେହିପରି ଖମାରସାହି ଗ୍ରାମର ମଣ୍ଟୁ ପରିଡାଙ୍କ ବାଡ଼ରେ ଦିଆଯାଇଥିବା ଜାଲରେ ୫ ଫୁଟ ଲମ୍ବର ତମ୍ପସାପ ଲାଗିଯାଇଥିଲା | ଫରେଷ୍ଟର ବବୁଲ ପରିଡ଼ା ଓ କର୍ମଚାରୀ ସାପକୁ ଉଦ୍ଧାର କରି ଭିତରକନିକା ଜାତୀୟ ଉଦ୍ୟାନରେ ଛାଡ଼ି ଦେଇଥିଲେ | ରାଜନଗର, ବିଶ୍ୱଜିତ ପଣ୍ଡା, ବିଶେଷ ଖବର|