ଶିଶୁର ମାନସିକ ଓ ବୌଧିକ ବିକାଶରେ ମାଆ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ,

ଶିଶୁର ମାନସିକ ଓ ବୌଧିକ ବିକାଶରେ ମାଆ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ,

ଶିଶୁର ମାନସିକ ଓ ବୌଧିକ ବିକାଶରେ ମାଆ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ,

     ପଟ୍ଟାମୁଣ୍ଡାଇ ୧୮/୧୧ ଶିଶୁର ମାନସିକ ଓ ବୈଧିକ ବିକାଶରେ ମାଆ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମାଆ ଶିଶୁର ପ୍ରଥମ ଶିକ୍ଷ୍ୟା ଗୁରୁ। ଶିଶୁକୁ ସୁ ନାଗରିକ ଭାବେ ଗଢି ତୋଳିବା ପାଇଁ ରହିଥିବା ଗୁରୁ ଦାୟିତ୍ଵକୁ ତୁଲାଇବା ପାଇଁ ମାଆ ସବୁବେଳେ ଯତ୍ନବାନ ହେବା ଉଚିତ୍ ବୋଲି ଭେଙ୍କଡେଶ୍ୱର ଇଂରାଜି ମାଧ୍ୟମିକ ବିଦ୍ୟାଳୟ ର ପ୍ରକଳ୍ପ ମେଳା ଓ ମାତୃ ସମ୍ମିଳନୀ ରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ବନ୍ଦନା ପାତ୍ର ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଅଧକ୍ଷ ପ୍ରତାପ ଚନ୍ଦ୍ର ବିଶ୍ବାଳଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବ ରେ ରାଜ୍ୟ ଶିଶୁବିକlଶ କଲ୍ୟାଣ ସମିତିର ଅଧିକାରିଣୀ ଶ୍ରୀମତୀ ସୁଜାତା ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ କଲ୍ୟାଣ, ଓ ଶିଶୁ ସୁରକ୍ଷା ପ୍ରସଙ୍ଗରେ ସାର ଗର୍ଭକ ବକ୍ତବ୍ୟ ପ୍ରଦାନକରୀ ଶିଶୁ ମାନଙ୍କ ସୂ ଲାଳନ ପାଳନ ଉପରେ ମାଆ ମାନେ ଗୁରୁତ୍ବ ଦେବାକୁ ଉପଦେଶ ଦେଇଥିଲେ। ଏହି ଉତ୍ସବରେ ଅlଳୀ ଜାଭିୟର ସ୍କୁଲର ପ୍ରଧାନ ଶିକ୍ଷକ ସୁବିର କୁମାର ଦାଶ ସମ୍ମାନିତ ବକ୍ତା, ଭେଙ୍କଡେଶ୍ୱର ଇଂରାଜି ମାଧ୍ୟମିକ ବିଦ୍ୟାଳୟର ନିର୍ଦ୍ଦେଶକ ଆଡଭୋକେଟ୍ ସଞ୍ଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂସ୍କାର ପୂର୍ଣ୍ଣ ଶିଶୁ ଗଠନ ଦିଗରେ ମାଆମାନେ ବ୍ରତି ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରୁ ବିଦ୍ୟାଳୟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ସୁଚିତ୍ରା ସାହୁ ଓ ସୌମେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ମାତୃମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାଆ ର ଭୂମିକା ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବର ପ୍ରାରମ୍ଭରେ ସୁମନ ଶ୍ରୀୟା ନାୟକ ଓ ବନିମୟୀ ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଭସ୍ମିତ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ ଅର୍ଜନ କରିଥିବା ଛାତ୍ର, ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନାମିତl ସୁତାର, ଜ୍ୟୋସ୍ନl ରାଣୀ ନାୟକ, ପ୍ରିୟଙ୍କା ସୁତାର, ରିଙ୍କେ ଶ୍ୱରି ଦାସ, ବିରସେନ୍ ଜେନା, ସୌମ୍ୟରଞ୍ଜନ ପଣ୍ଡା, ଗୌରବ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ବିଦ୍ୟାଳୟର କୁନି ବୈଜ୍ଞାନିକ ମାନଙ୍କ ଦ୍ଵାରା ଶହେ ପାଞ୍ଚଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଚିତ୍ରାଙ୍କନ ଓ ହସ୍ତ କଳlରେ ପଚାଶ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଆଳି ଜାଭିୟର ସ୍କୁଲର ପ୍ରଧାନ ଶିକ୍ଷକ ସୁବିର କୁମାର ଦାଶ, ଅମିତ୍ ପାତ୍ର, ମୋନାଲିସା ରାୟ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ପ୍ରକଳ୍ପ ଓ ଶ୍ରେଷ୍ଠ ଶିଶୁ ପ୍ରତିଭା ଚୟନ କରିଥିଲେ। ମାତୃ ସମ୍ମିଳନୀ ଓ ପ୍ରକଳ୍ପ ମେଳl କୁ ମୋନାଲିସା ପରିଡ଼ା, ସୌମ୍ୟା ସ୍ଵାତୀ ପ୍ରିୟଦର୍ଶିନୀ, କାମିନୀ ମହାନ୍ତି, ପ୍ରିୟଦର୍ଶିନୀ ବାରିକ, କଳ୍ପନା ଜେନା, ଅସlଲତା ମଲିକ, ସୁପ୍ରିୟା ନନ୍ଦି, ଆଶୁତୋଷ ପ୍ରଧାନ, ଅମରେଶ ରାଉତ, ଅଭିଲିପସା ଜେନା, ମଧୁସ୍ମିତା ଗିରି, ଇତିଶ୍ରୀ ପଣ୍ଡା, ସ୍ମୃତି ପ୍ରଜ୍ଞା ନାୟକ, ଭକ୍ତରଞ୍ଜନ ମହାନ୍ତି,ବିଷ୍ଣୁପ୍ରିୟା ପାତ୍ର, ବିଶ୍ୱଜିତ୍ ପରିଡ଼ା, ବ୍ୟମୋକେଶ ସାହୁ, ସରିତା ସାହୁ, ଅପର୍ଣ୍ଣା ବେହେରା, ବାସନ୍ତୀ ଜେନା, ଅରୁନ୍ଧତୀ ଦାସ, ପାର୍ବତୀ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ରୀଙ୍କେଶ୍ୱରି ଦାସ ଧନ୍ୟବାଦ ଦେଇଥିଲେ।

ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି