ସି ପି ଆ ଇ ର ରାଜ୍ୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହଳଧର ପୂଜା ରୀ ମାଥିଲି,

ସି ପି ଆ ଇ ର ରାଜ୍ୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହଳଧର ପୂଜା ରୀ ମାଥିଲି,

ସି ପି ଆ ଇ ର ରାଜ୍ୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହଳଧର ପୂଜା ରୀ ମାଥିଲି, ୮/୧୦ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେଣ୍ଡୁକୁଲି ଗ୍ରାମର ପ୍ରଖ୍ୟାତ ଆଦିବାସୀ ନେତା ଶ୍ରୀ ହଳଧର ପୂଜାରୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି ପି ଆ ଇ ର ରାଜ୍ୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଲୋକପ୍ରିୟ ଓ ସଂଗ୍ରାମୀ ନେତା ଭାବେ ପରିଚିତ ଶ୍ରୀ ପୂଜାରୀ କହିଛନ୍ତି ଯେ ଆଗାମୀ ଦିନରେ ସେ ଜିଲ୍ଲା ଓ ଅଞ୍ଚଳର ଜନସମସ୍ୟାଗୁଡିକୁ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ପହଞ୍ଚାଇବେ। ସେ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା 18 ତାରିଖରେ ରାଜ୍ୟ ପରିଷଦ ବୈଠକରେ ଯୋଗଦେଇ ଓଡ଼ିଶା ଆଦିବାସୀ ମହାସଭାର ପୁନର୍ଗଠନ ଓ ମାଲକାନଗିରିର ପାଲାଭରମ ପ୍ରକଳ୍ପ ବିଷୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଗତ କରିବେ। ଛାତ୍ରଜୀବନ ଠାରୁ ସି ପି ଆ ଇ ସହ ସଂପୃକ୍ତ ଥିବା ଶ୍ରୀ ପୂଜାରୀ ଅଞ୍ଚଳରେ ଏକ ସଂଗ୍ରାମୀ ଓ ସଚେତନ ନେତା ଭାବେ ଜନମାନସରେ ପରିଚିତ। ଭାରତ ସଂଗ୍ରାମୀ ପରିବାରର ଦାୟାଦ ଭାବେ ସେ ଜୀବନର ଅନ୍ତିମ ପର୍ଯ୍ୟନ୍ତ ଲୋକମାନଙ୍କ ସେବା ଓ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ ବୋଲି ସଙ୍କଳ୍ପ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଭୂମିଆ ସମ୍ପ୍ରଦାୟର ଜନସଂଖ୍ୟା ଦୁଇ ଲକ୍ଷରୁ ଅଧିକ। ସେହି ସମାଜର ସର୍ବାଙ୍ଗୀଣ ଉନ୍ନତି ପାଇଁ ଶ୍ରୀ ପୂଜାରୀ ସଭାପତି ଭାବେ ଦାୟିତ୍ୱ ନେଇ ନିରନ୍ତର କାର୍ଯ୍ୟରତ ଅଛନ୍ତି। ତାଙ୍କ ଏହି ନିର୍ବାଚନରେ ଅଞ୍ଚଳରେ ଖୁସିର ଲହରୀ ଦେଖାଯାଇଛି। ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର