ସ୍କୁଲ ମାନଙ୍କରେ ସୁରଭି କାର୍ଯ୍ୟକ୍ରମ .

ସ୍କୁଲ ମାନଙ୍କରେ ସୁରଭି କାର୍ଯ୍ୟକ୍ରମ .

ସ୍କୁଲ ମାନଙ୍କରେ ସୁରଭି କାର୍ଯ୍ୟକ୍ରମ କଥାରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବୋ ମାହେଶ୍ୱରହଃ, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୟୀ ଶ୍ରୀ ଗୁରବେ ନମଃ ll ଗାଇସିଲେଟ ତା 14-010-2025 (କେ ପ୍ର ବିୟୁ )ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ଛାତ୍ର ମାନଙ୍କ ଶାରୀରିକ, ମାନସିକ ବୌଦ୍ଧିକ, ବାଗନିତା ଇତ୍ୟାଦି କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ l ଅନ୍ୟ ସ୍କୁଲ ଗୁଡ଼ିକର ସି, ଆର, ସି,ସି ଓ ଶିକ୍ଷକ ମାନେ ନିଜ ନିଜର ଶିଶୁ ଛାତ୍ର/ଛାତ୍ରୀ ଭାଗ ନେବାପାଇଁ ଗାଇସିଲେଟ ସ୍କୁଲରେ ଉପସ୍ଥିତ କରାଇଥିଲେ l ଏହାକୁ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି )2025, ଭାବରେ ପାଳନ ହେଉଛି l ସ୍କୁଲ ସି. ଆର. ସି. ସି. ଶ୍ରୀ ରାଧେଶ୍ୟାମ ଯୋଶୀ ଏହାକୁ ଅର୍ଗାନାଇଜ କରି ଅନ୍ୟ ସି. ଆର. ସି. ସି. ଶରଧାପାଲି ସହକର୍ମୀ ବନ୍ଧୁ ଶ୍ରୀ ଶିବ ପ୍ରସାଦ ସାହୁ, ଶିକ୍ଷକଗଣ ବୁରୋମୁଣ୍ଡା ଶିକ୍ଷକରାଜକୁମର ପଟେଲ ଓ ମନୋଜ ପାଢ଼ୀ,ସାନସାହାଯବାହାଲ ସୁପ୍ରିୟା ପଣ୍ଡା,ବରିଷ୍ଟ ଶିକ୍ଷକ ଗାଇସିଲଟ ଦାମୋଦର ସାହୁ,କିଶୋର ଯୋଶୀ ଭେଲୁଆ ପଦର ମନୋରଞ୍ଜନ ଭୋଇ, କଳଙ୍ଗାପାଲୀ ଶ୍ରୀମତୀ ତପସ୍ୱିନୀ ପୁରୋହିତ,ଭୋଇପାଲି ସୁନୀଲ ସାହୁ,ଗାଇସିଲେଟ ବ୍ଲକ କଲୋନୀ ଶ୍ରୀମତୀ ଅନୁସ୍ୱା ଭଇଁସାଲ, ଗାଇସିଲଟ ଓ. ଏ. ଭି. ଶ୍ରୀମତୀ କମଳିନୀ ଗଡତିଆ ଇତ୍ୟାଦି ଯୋଗଦେଇ ଛାତ୍ର ଓ ଶିକ୍ଷକ ନୀରବତା ରକ୍ଷାକରି ଶାନ୍ତି ଭାବରେ ଉତ୍ସବ ପାଳନ କରିଥିଲେ l ଶିଶୁ ଛାତ୍ରଙ୍କ ଉନ୍ନତିରେ ଏମାନେ ସର୍ବଦା ଆପ୍ରାଣ ପ୍ରଚେଷ୍ଟାରତ ଅଟନ୍ତି l