ସ୍ଥାନୀୟ କରୋନେସନ୍ ପଡ଼ିଆ, ଫୁଲବାଣୀ ଠାରେ ଆୟୋଜିତ .

 ସ୍ଥାନୀୟ କରୋନେସନ୍ ପଡ଼ିଆ, ଫୁଲବାଣୀ ଠାରେ ଆୟୋଜିତ .

 ସ୍ଥାନୀୟ କରୋନେସନ୍ ପଡ଼ିଆ, ଫୁଲବାଣୀ ଠାରେ ଆୟୋଜିତ .

 ବିକାଶ ମେଳା-୨୦୨୫ର ଅଷ୍ଟମ ଦିବସରେ ମାନ୍ୟବର ବିଧାୟକ, ଫୁଲବାଣୀ ଶ୍ରୀ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ମଲ୍ଲିକ କହିଥିଲେ ଯେ ଆମ ସରକାର ଲୋକଙ୍କ ସରକାର, ୨୧ ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପ୍ରଥମ ବର୍ଷରେ ହିଁ ପୂରଣ କରିଛନ୍ତି ସେ ମହିଳା ଶକ୍ତିକରଣରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ହେଉ ଅବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କା କରିବା, ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କର ବାର୍ଦ୍ଧକ୍ୟ ଭତ୍ତା ୩୫୦୦ ଟଙ୍କା କରିବା ହେଉ । ଜିଲ୍ଲାରେ ନୂତନ ଭାବରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଥିବା ମେଡ଼ିକାଲ୍ କଲେଜ୍ ଜିଲ୍ଲା ଓ ନିକଟବର୍ତ୍ତୀ ଜିଲ୍ଲାର ସ୍ୱାସ୍ଥ୍ୟକ୍ଷେତ୍ରରେ ମଧ୍ୟରେ ଉନ୍ନତ ଆଣିବ ଏବଂ ପ୍ରତ୍ୟକ ପଂଚାୟତରେ ହେବାକୁ ଥିବା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଉନ୍ନତ ଆଣିବ  । କନ୍ଧମାଳ ଜିଲ୍ଲାରେ ୨୯୧ ଗୋଟି ରାସ୍ତା ବର୍ତ୍ତମାନ ସୁଦ୍ଧା ଅନୁମୋଦିତ ହୋଇସାରିଛି ଯାହା ଗମନାଗମନକୁ ସୁଦୃଢ କରିବ ।  ସେ ଆହୁରି ମଧ୍ୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାକୁ ବହୁତ ଭଲପାଆନ୍ତି, ସେ ଜିଲ୍ଲାର ବିକାଶ ପାଇଁ ସ୍ଵତନ୍ତ୍ର ଦୃଷ୍ଠି ଦେଉଛନ୍ତି । ଏହି କାର୍ଯକ୍ରମରେ  ମିଶନ ଶକ୍ତି ବିଭାଗ ତରପରୁ ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ରାଶି, ଶ୍ରମ ବିଭାଗ ତରଫରୁ ତିନୋଟି ଶ୍ରେଣୀରେ ୭ ଜଣଙ୍କୁ ଆର୍ଥିକ ସହାୟତା ରାଶି, ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁଡିପାଜୁ ପଞ୍ଚାୟତର ୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ , ପି.ଏମ୍-ଆବାସ(ସହର)ରେ ପୌରପରିଷଦ,ଫୁଲବାଣୀର ୯ ଜନ ହିତାଧିକାରୀଙ୍କୁ, ପୌରପରିଷଦ,ଫୁଲବାଣୀ ଓ ଫୁଲବାଣୀ ବ୍ଲକର ୮ ଜନ ହିତାଧିକାରୀଙ୍କୁ ରାସନ କାର୍ଡ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୧୪ ଜନ ହିତାଧିକାରୀଙ୍କୁ ଭିନ୍ନକ୍ଷମ ମାନପତ୍ର ଓ ଭତ୍ତା, ୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡା ତରପରୁ ୩୦ ଜଣ  ଯୁବ ଉଦ୍ୟୋଗୀଙ୍କୁ ଅଟୋ , ୧୭ ଜଣ ଜିତାଧିକାରୀଙ୍କୁ ଆଇ.ଏଫ୍. ଆର୍ ଏବଂ ସି. ଏଫ୍. ଆର୍ ପଟ୍ଟା ଓ ଭିଜନ୍ ଓଡ଼ିଶା@୨୦୩୬ ଏବଂ ବିକଶିତ ଭାରତ@୨୦୪୭ ଉପରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାରରାଶି ଅତିଥିମାନେ ପ୍ରଦାନ କରିଥିଲେ ।                              
ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ), କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ ଜିଲ୍ଲାରେ ଚାଲିଥିବା ଓ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଇଥିଲେ । ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ  ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 
 ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ,  ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ, ହିତାଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଶିବ ପ୍ରସାଦ ନାୟକ ବିଶେଷ ଖବର