ଖଇରା ଥାନା ଅଧୀନ ସାରକୋଣା ଗାଁ ରେ ଅଘଟଣ...
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ଥାନା ଅଧୀନ ସାରକୋଣା ଗାଁ ର ଶ୍ରୀ ହେମନ୍ତ କୁମାର ବାରିଜ ପି : ଶ୍ରୀ ସନାତନ ବାରିକ ଗତ କାଲି ସନ୍ଧ୍ୟା ରେ ଔପଦା ଥାନା ଅଧୀନ MIP ଷୋଳଭଉଣୀ ରେ ଏକ ଆମ୍ବ ଗଛ ରେ ରସିଲଗାଇ ଜୀବନ ହରାଇଛନ୍ତି, ଖଇରା ପୋଲିସ ଘଟଣା ସ୍ଥଳରେ ପହଂଚି ଔପଦା ଥାନା IIC ଙ୍କ ସହିତ ଯୋଗାଯୋଗ କରି ପୋଷ୍ଟମଟମ ନିମିତ୍ତ ମାଜିଷ୍ଟେଟ ଙ୍କ ଉପସ୍ଥିତ ରେ ଇନକୁଏସ୍ଟକରି ସବବ୍ୟବଛେଦ ନିମିତ୍ତ ପଠାଯାଇଛି,ହେମନ୍ତ ବାରିକ ର ପିତା ଶ୍ରୀ ସନାତନ ବାରିକ ଙ୍କ ଅଭିଯୋଗ କ୍ରମେ ଔପଦା ଥାନାର FIR ନମ୍ବର 90/2026 ମକଦମା ରୁଜୁ ହୋଇଛି, ଉକ୍ତ ମକଦମାରେ ପାଞ୍ଚ ଜଣ ଙ୍କ ନାମରେ କେସ ହୋଇଛି, BNS ACT. 108 ଧାରା ଲାଗିଛି, ଔପଦା ପୋଲିସ ତଦନ୍ତ କରୁଛି, ହେମନ୍ତ ମରିବା ପୂର୍ବରୁ ଆସାମୀ ମାନଙ୍କର ନାମ କହି ଭିଡିଓ କରିଛି, ଓ ଆସାମୀମନେ ମୋବାଇଲ ରେ କଥା ବାର୍ତ୍ତା ହେମନ୍ତ ବାରିକ ସହିତ କଥା ହୋଇଛନ୍ତି, ଓ ଅର୍ଥ ମାଗିଛନ୍ତି ଓ ମାନସିକ ଚାପ ଦେଇଛନ୍ତି, ବୋଲି ହେମନ୍ତ ବାରିକ ର ବାପା ସନାତନ ବାରିକ ଅଭିଯୋଗ କରିଛନ୍ତି, ପୋଲିସ ଗିରଫ କରିବା ବାକି ରହିଛି, ସାଧାରଣ ଲୋକ ଙ୍କୁ ନ୍ୟାୟ ମିଳିବା ଲୋକଙ୍କ ସରକାର ଦେବକୀ ନାହିଁ ଦେଖିବାକୁ ରହିଅଛି, ସାଧାରଣ ରେ ଦାବୀ ହେଉଛି ପୋଲିସ ଆସାମୀଙ୍କୁ ଗିରଫ କରିବାକୁ,
ଉକ୍ତ ଆସାମୀ ହେଉଛନ୍ତି, ଶ୍ରୀ ଶୁକଦେବ ପରିଡା, ସା : ଅମାରଗଡିଆ, ଶ୍ରୀ ଜୟନ୍ତ ନାୟକ ସା : ସାରକୋଣା, ଶ୍ରୀ ନିରାକାର ମାଝୀ, ସା : ଅମାରଗଡିଆ, ଶ୍ରୀ ନବୀନା ପରିଡା ସା : ଅମାରଗଡିଆ, ଶ୍ରୀ ମାୟାଧର କୁଅଁର ସା : ବିଶୁନପୁର ଅଟେ


admin 
