ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।

ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଓ ସରପଞ୍ଚ ଙ୍କ ଘର ଉପରେ ଥାନା ଅଧିକାରୀ ଙ୍କ ରାତି ଅଧିଆ ରେଡ୍।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।

-ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା,୨୮/୩

 ଥାନା କୁପାରି ମା ଅମ୍ବିକା ମନ୍ଦିର ଆଗ ପଡିଆ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁପାରୀ ଗାଁ ର ପରିବାର ଓ ବଗେଇପୁର ଗାଁ ର ଦୀପକ ମହାରଣା ଓ ସମିତି ସଭ୍ୟ ବାଉଁଶଗଡ଼ିଆ ଗ୍ରାମପଂଚାୟତ   ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ଏବଂ  ଖଇରା ଥାନାରେଲିଖିତ   ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଖଇରା ଥାନା ବଗେଇପୁର ଗାଁର ଯୁବକ ଦୀପକ ମହାରଣା ତାଙ୍କର ୪ଜଣ ସାଙ୍ଗଙ୍କ ସହିତ କୁପାରି ରାମନବମୀ ରାଲି ଦେଖିବାକୁ ଯାଇଥିଲେ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକର କୁପାରି ଅଞ୍ଚଳର କେତେଜଣ ଯୁବକ ଦୀପକ ଙ୍କ ସମେତ ସାଥିରେ ଥିବା ସାଙ୍ଗ ମାନଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣରେ ଦୀପକ ଗୁରୁତର ହୋଇଥିବା ବେଳେ ଗୋଟିଏ ବା

ଇକକୁ ମଧ୍ୟ ଭାଙ୍ଗିଦେଇଥିଲେ।ଦୀପକଙ୍କୁ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା

ଏ ନେଇ ଦୀପକଙ୍କ ବାପା ଦୈତାରି ମହାରଣା ଖଇରା ଥାନାରେ ଅଭିଯୋଗ କରିବା ପରେ ପୋଲିସ70/2026 ମାମଲା ରୁଜୁ କରିଛି। ଉକ୍ତ ଘଟଣା ରେ ରବିନ୍ଦ୍ର ରାଉତ ନଥିଲା ବେଳେ ମିଥ୍ୟା  ରେ ତାଙ୍କ ନାମରେ ଏତଲା କରିଛନ୍ତି ବୋଲି ଶ୍ରୀ ରାଉତ ଅଭିଯୋଗ କରିଥିଲା ବେଳେ ସେ ସେହି ସମୟରେ ପଳସା ପଞ୍ଚାୟତ ନଛିପୁର ଠାରେ ରାସ୍ତା କାମରେ ଥିବା ର ପ୍ରକାଶ କରିଛନ୍ତି। ଗତକାଲି ହୋଇଥିବା କେଶ୍ ର ତଦନ୍ତକାରି ଅଧିକାରୀ ଜନ ପଟ୍ଟନାୟକ, ଖଇରା ଥାନାର IIC, 27/3/2026 ବିଳମ୍ବିତ ରାତିରେ ଆନୁମାନିକ 2.30 ମଧ୍ୟରେ  ତଦନ୍ତ କରିବାକୁ ଯାଇ ବହୁ ସମୟଧରି ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ରାଉତ ଓ ପୂର୍ବତନ ସରପଞ୍ଚ ଭଵଜ୍ୟୋତ୍ସା ରାଉତ ଙ୍କ ଘର ବାହାରେ ପୋଲିସ ରେଡ୍ କରିଥିଲେ । ଖଇରା ବ୍ଲକ ର ଦୁଇଥର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ରାଉତ ସାମ୍ବାଦିକ ଙ୍କୁ କୁ କହିଥିଲେକି ଏହା ଏକ ରାଜନୈତିକ ଆକ୍ରୋଶ ଓ ମୋର ମାନ ଓ ସମ୍ମାନ ର କଥା,ପୋଲିସ ଆମକୁ ଦିନରେ ଡାକି ପାରିଥାନ୍ତା, ରାତିରେ କାହିଁକି ରେଡ କରିଥିଲେ।ପୋଲିସ ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। କାହା ଚାପରେ ଏପରି ହୋଇଛି|