ଡ୍ରେନ୍ ସମସ୍ୟା କୁ ନେଇ ବିଡିଓଙ୍କୁ କୈବର୍ତ୍ତ ବେହେରା ସମାଜର ଦାବିପତ୍ର ।

ଡ୍ରେନ୍ ସମସ୍ୟା କୁ ନେଇ ବିଡିଓଙ୍କୁ କୈବର୍ତ୍ତ ବେହେରା ସମାଜର ଦାବିପତ୍ର ।

ଡ୍ରେନ୍ ସମସ୍ୟା କୁ ନେଇ ବିଡିଓଙ୍କୁ କୈବର୍ତ୍ତ ବେହେରା ସମାଜର ଦାବିପତ୍ର ।


ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ଇନ୍ଦିରା କଲୋନୀ ଲୋକେ  ଡ୍ରେନ୍ ନ ଥିବା ଯୋଗୁ  ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାହିକୁ ଯିବା ରାସ୍ତାର ଗୋଟିଏ ପାର୍ଶ୍ଵରେ ଡ୍ରେନ ଥିବା ବେଳେ ଅନ୍ୟ ପାର୍ଶ୍ଵରେ ନାହିଁ । ବର୍ଷାଦିନେ ରାସ୍ତାରେ ପାଣି ଜମୁଛି। ସେହି ଅଧାପନ୍ତରିଆ ରାସ୍ତା ନିର୍ମାଣ କରିବା ସହ ସାହିରେ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏକ ମନ୍ଦିର ତିଆରି କରାଯାଉଥିଲା। କିନ୍ତୁ ତାହା ଅଧାପନ୍ତରିଆ ଭାବେ ପଡି ରହିଛି। ଏସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରାଙ୍କୁ କୈବର୍ତ୍ତ ବେହେରା ସମାଜ ପକ୍ଷରୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପାଇ ବିଡିଓ ବର୍ଷାଦିନ ପୂର୍ବରୁ ଡ୍ରେନ୍ ଓ ମନ୍ଦିର କାମ କେମିତି ହୋଇପାରିବ ଚେଷ୍ଟା କରିବେ ବୋଲି ସଭାପତି ଉମାପତି ବେହେରା ଓ ସମ୍ପାଦକ ରମେଶ ବେହେରାଙ୍କୁ ବିଡିଓ ଶ୍ରୀ ବେହେରା କହିଛନ୍ତି I
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର