ବିଜେଡି ବ୍ଲକ ସଭାପତି ଚୟନ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ବିଜେଡି ବ୍ଲକ ସଭାପତି ଚୟନ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ବିଜେଡି ବ୍ଲକ ସଭାପତି ଚୟନ ପରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ମାଲକାନଗିରି ମାଥିଲି,୦୫,୦୬  ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସମସ୍ତ ବ୍ଲକ ସଭାପତି ଚୟନ କରାଯାଇଛି।ସେହିପରି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବିଜେଡି ବ୍ଲକ ସଭାପତି ଭାବରେ ସଦାଶିବ ପୂଜାରୀଙ୍କୁ ଦଳର ସୁପ୍ରିମୋ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ ଆଜି ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମାଥିଲି ପଞ୍ଚାୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି। ବିଜୁ ଜନତା ଦଳର ସୁପ୍ରିମୋ ଙ୍କ ନିର୍ଦ୍ଦେଶ କ୍ରମେ କିପରି ଦଳକୁ ତୃଣମୂଳ ସ୍ଥାରରୁ ଆହୁରି ମଜବୁତ କରିବା ସହିତ ବର୍ତ୍ତମାନ ବିଜେପି ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ କର୍ମୀ ଠାରୁ ଆରମ୍ଭ କରି ପଦାଧିକାରୀ ମାନଙ୍କୁ ମଧ୍ୟ ଅବହେଳା କରିବାର ନଜିର ଅଛି।ଏହାର ଉଦାହରଣ ସ୍ୱରୂପ ମାଥିଲି ଠାରେ ଉତ୍କଳମଣି ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ରେ ପରିଚାଳନା କମିଟି ଗଠନ ହୋଇଛି।କିନ୍ତୁ ସେହି କମିଟି ରେ ରାଜନୈତିକ ଉଦେଶ୍ୟ ରଖି ଶାସକ ଦଳର ପ୍ରତିନିଧି ମାନେ ସଦସ୍ୟ ଓ ପଦାଧିକାରୀ ଚୟନ କରାଯାଇଛି। କିନ୍ତୁ ସେହି କମିଟି ରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା କିମ୍ବା ଜିଲ୍ଲା ପରିଷଦ ର ସଭ୍ୟ/ସଭ୍ୟା ମାନେ ନ ରହିବା ଚିନ୍ତାର ବିଷୟ ପାଲଟିଛି। ସେହିପରି ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ କାର୍ଯ୍ୟ ମଞ୍ଜୁର ହୋଇଛି ତାହାକୁ ଦଳୀୟ ଭିତ୍ତିରେ କାର୍ଯ୍ୟ ବଣ୍ଟନ କୁ ବିଜେଡି ର ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ମାନେ ଏକତ୍ରିତ ହୋଇ ଏହାର ଘୋର ବିରୋଧ କରାଯାଇଛି।ଏମିତି କି ପୂର୍ବ ସରକାର ଥିବା ସମୟରେ କାର୍ଯ୍ୟ ଗୁଡ଼ିକ ର ବିଲ କରୁ ନାହାନ୍ତି ବିଭାଗୀୟ ଅଧିକାରୀ ମାନେ। ଏହାର ତୁରନ୍ତ ସମାଧାନ ନ କରାଯାଏ ତାହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ବିଜୁ ଜନତା ଦଳ ବ୍ଲକ ସଭାପତି ଚେତାବନୀ ଦେଇଛନ୍ତି। ଏହି ବୈଠକରେ ସରପଞ୍ଚ ବ୍ଲକ ସଭାପତି କାନାମ ରାଜୁ ନାୟକ , ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ,ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ-୨ ସଭ୍ୟ ହୀରଣ୍ୟ ମୁଦୁଲି, ମାଥିଲି ବ୍ଲକ ଜିଲ୍ଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝୀ, ମେକ୍କା ସରପଞ୍ଚ ରଞ୍ଜିତା ପୂଜାରୀ, କାର୍ତ୍ତନପାଲ୍ଲୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋପୀ ନାୟକଙ୍କ ସମେତ ବହୁ ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିବା ବେଳେ ବହୁ ଜନ ସମାଗମ ହୋଇଥିଲା।
ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବ