ନୟାଗଡ ଜିଲ୍ଲା ଟାଉନଥାନା ପୋଲିସ୍ ଏକ ଅଟୋରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।
ନୟାଗଡ ଜିଲ୍ଲା ଟାଉନଥାନା ପୋଲିସ୍ ଏକ ଅଟୋରୁ ୨୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରଣପୁର ଥାନା ଖତିଆ ଗ୍ରାମର ଭୋବାନ ସ୍ୱାଇଁ ବୟସ ୬୨ ଓ ସନିଆ ଓରଫ ସନାତନ ସ୍ବାଇଁ ବୟସ ୩୨ । ପୋଲିସ୍ ସବ୍ ଇନ୍ସପେ୍ଟର ସନ୍ତୋଷ କୁମାର ଦାଶ ୫୭ ନଂ ଜାତୀୟ ରାଜପଥ ମାଙ୍କପଲ୍ଲୀ ଠାରେ ସଦଳବଳେ ରାସ୍ତା ଉପରେ ଚଢ଼ାଉକରି ନଂ OD-25-R-2762 ଗାଡି ଯାଞ୍ଚ୍ କରୁଥିବା ସମୟରେ ଏହି ଦୁଇ ବ୍ୟକ୍ତି ଏକ ଅଟୋ ସାହାଯ୍ୟରେ ଗଞ୍ଜେଇ ଧରି ଆସୁଥିଲେ । ପୋଲିସ୍ ତାଙ୍କ ଗାଡି ଯାଞ୍ଚ୍ କରିବା ପରେ ଅଟୋ ଏବଂ ଗଞ୍ଜେଇ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ନୟାଗଡରୁ ଅଶୋକ କୁମାର ସାଥୁଆଙ୍କ ରିପୋର୍ଟ ବିଶେଷ ଖବର । ନୟାଗଡ଼ ( ଅଶୋକ କୁମାର ସାଥୁଆ )
