ନିଟ୍ ପରୀକ୍ଷାରେ କ୍ଷୀର ବ୍ୟବସାୟୀଙ୍କ ଝିଅଙ୍କ କୃତିତ୍ୱ .

ନିଟ୍ ପରୀକ୍ଷାରେ କ୍ଷୀର ବ୍ୟବସାୟୀଙ୍କ ଝିଅଙ୍କ କୃତିତ୍ୱ .

ନିଟ୍ ପରୀକ୍ଷାରେ କ୍ଷୀର ବ୍ୟବସାୟୀଙ୍କ ଝିଅଙ୍କ କୃତିତ୍ୱ । ମାଲାକନଗିରି,  କ୍ଷୀର ବ୍ୟବସାୟ କରି ଝିଅକୁ ବଡ଼ ଚାକିରି କରେଇବା ପାଇଁ ଦିନ ରାତି ଅହରହ ପରିଶ୍ରମ କରିଥିଲେ ବାପା । ଆଉ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରି ଝିଅ ମଧ୍ୟ ନିଟ୍ ପରୀକ୍ଷା ପାଇଁ କରିଥିଲା ପ୍ରସ୍ତୁତି ଯାହାକି ଆଜି ଫଳପ୍ରଦ ହୋଇଛି। ଜିଲ୍ଲା ପାଇଁ ଗର୍ବ ଆଣିବା ସହ ପରିବାର ମୁହଁରେ ହସ ଫୁଟେଇ ଥିବା ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି ମ।ଲକ।ନଗିରି ଜିଲ୍ଲାର ତମନ୍ନା ରାୟ । ତମନ୍ନା ଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତମାନ୍ନା ମାଲକାନଗିରି ସଦର ର ଏମ୍‌ଭି ୪୩ ନମ୍ବର ଗ୍ରାମର ସୁଜନ ରାୟଙ୍କ କନ୍ୟା ହୋଇଥିବା ବେଳେ ସେ ବରଗଡ଼ ଜିଲାର ଏକ ଘରୋଇ କଲେଜରେ ଯୁକ୍ତଦୁଇ ପାଠପଢ଼ି ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି । ସେ ଡାକ୍ତରୀ ପଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଦିନ ରାତି ଝିଅକୁ ସଫଳ କରିବା ପାଇଁ ଗାଈ ଲାଳନ ପାଳନ କରି କ୍ଷୀର ବ୍ୟବସାୟୀ ଭାବେ ସୁଜନ ଯେଉଁ ପରିଶ୍ରମ କରିଥିଲେ ତାହା ଆଜି ସଫଳ ହୋଇଛି ବୋଲି ସେ ଖୁସି ରେ ବିଭୋର ହୋଇଯାଇଛନ୍ତି I ତମାନ୍ନା ସର୍ବ ଭାରତୀୟ ସ୍ତରରେ ୩୮୯୨ ନମ୍ବର ସ୍ଥାନ ହାସଲ କରିଥିବା ଜଣା ପଡ଼ିଛି। ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର