ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ଉତ୍ସବ.

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ଉତ୍ସବ.

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ବୌଦ୍ଧ:୨୪/୬(ରବିନ୍ଦ୍ର ପଟ୍ଟନାୟକ) ବୌଦ୍ଧ ସହର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବାଲ୍ ବାଟିକା ୩ ପାଇଁ କୁନି କୁନି ପିଲାଙ୍କ ବିଦ୍ୟାଳୟ ପ୍ରଵେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ୪୦ ଜଣ କୁନି କୁନି କୋମଳ ମତି ଛାତ୍ର ଛାତ୍ରୀଙ୍କ ସହିତ ସେମାନଙ୍କ ପିତା ମାତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ପ୍ରଥମେ କୁନି ଛୁଆ ମାନଙ୍କୁ ଫୁଲ ଚନ୍ଦନ ଦେଇ ଓ ମୁକୁଟ ପିନ୍ଧାଇ ବିଦ୍ୟାଳୟକୁ ସ୍ୱାଗତ କରାଯାଇଥିଲା l ପ୍ରବେଶ ଉତ୍ସବ ପାଳନ ଅବସରରେ ପ୍ରଥମେ ବିଦ୍ୟାଦାତ୍ରୀ ମାତା ସରସ୍ୱତୀଙ୍କୁ ପୁଷ୍ପ ତଥା ଧୂପ ଦୀପ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବl ପରେ ଛାତ୍ର ଛାତ୍ରୀ ମାନଙ୍କ ପରିଚୟ ପ୍ରାପ୍ତି ପରେ ସେମାନଙ୍କୁ ପୁସ୍ତକ ତଥା ମିଷ୍ଟାନ୍ନ ଦେଇ ସେମାନଙ୍କ ବିଦ୍ୟା ପ୍ରାରମ୍ଭର ଶ୍ରୀ ଗଣେଶ କରାଯାଇଥିଲା l ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ l ନୃତ୍ୟ ପରିବେଷଣ କରି କୁନି ବିଦ୍ୟାର୍ଥୀ ମାନଙ୍କ ମନୋରଞ୍ଜନ କରାଯାଇଥିଲା l କେନ୍ଦ୍ରୀୟ ବିଦ୍ୟାଳୟର ପ୍ରlଚlର୍ଯ୍ୟ ସନକ୍ ମେହେର , ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ , ପିତା ମାତା ତଥା ନୂତନ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ l କୁନି ପିଲାଙ୍କ ପାଠ୍ୟକ୍ରମ, ବିଦ୍ୟାଳୟରେ ସ୍ୱଚ୍ଛତା, ଛୁଆ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ତଥା ପିତା ମାତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୋମଳ ମତି ବିଦ୍ୟାର୍ଥୀ ମାନଙ୍କ ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଅନେକ ପିତା ମାତା ବିଦ୍ୟାଳୟ ଓ ଉତ୍ତମ ଶିକ୍ଷା ପାଇଁ ସେମାନଙ୍କ ବହୁମୂଲ୍ୟ ପରାମର୍ଶ ଉପସ୍ଥାପନ କରିଥିଲେ l ନୂତନ କୁନି ବିଦ୍ୟାର୍ଥୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହିତ ପ୍ରବେଶ ଉତ୍ସବ ସମାପିତ ହୋଇଥିଲା l