ବଢିଗାଁ ଗ୍ରାମରେ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ପାଇଁ ସଚେତନତା କାର୍ଯ୍ୟକ୍ରମ  ଯୋଗଦେଲେ ଜିଲ୍ଲାପାଳ ସୁବ୍ରତ ପଣ୍ଡା .

ବଢିଗାଁ ଗ୍ରାମରେ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ପାଇଁ ସଚେତନତା କାର୍ଯ୍ୟକ୍ରମ  ଯୋଗଦେଲେ ଜିଲ୍ଲାପାଳ ସୁବ୍ରତ ପଣ୍ଡା .

ବଢିଗାଁ ଗ୍ରାମରେ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ପାଇଁ ସଚେତନତା କାର୍ଯ୍ୟକ୍ରମ  ଯୋଗଦେଲେ ଜିଲ୍ଲାପାଳ ସୁବ୍ରତ ପଣ୍ଡା

ଶୁକ୍ରବାର ଦିନ  ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ବଢିଗାଁ ଗ୍ରାମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ | ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ବିଆରସିସି କମଳାକାନ୍ତ ଦଳ ବେହେରା ଯୋଗ ଦେଇଥିଲେ | ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ୫ ବର୍ଷର ଶିଶୁ ମାନଙ୍କୁ ଶିଶୁ ବାଟିକା ଓ ୬ବର୍ଷରୁ ଅଧିକ ବୟସ ର ଶିଶୁଙ୍କୁ ପ୍ରଥମ ଶ୍ରେଣୀରେ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ କରାଇବାକୁ ସଚେତନ କରା ଯାଇଥିଲା l ଉକ୍ତ ଅବସରରେ ଆଜି ଅତିଥି ମାନଂକ ଦ୍ବାରା ଅଭିଭାବକ, ପଞ୍ଚାୟତିରାଜ ପ୍ରତିନିଧି, ଗ୍ରାମର ଯୁବକ ସଂଘ ଓ ମହିଳା ଏସଏଚଜି ସଦସ୍ୟା ମାନଙ୍କୁ ବିଦ୍ୟାଳୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବକୁ ନିମନ୍ତ୍ରଣ ପତ୍ର ଘରକୁ ଘର ବୁଲି ବଣ୍ଟନ କରା ଯାଇଥିଲା l