ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ  ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ନିମ୍ନମାନର କାମ।

ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ  ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ନିମ୍ନମାନର କାମ।

ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ  ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ନିମ୍ନମାନର କାମ।


* ତିନି ପଞ୍ଚାୟତ କୁ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ।

ପଟ୍ଟାମୁଣ୍ଡାଇ ତା୦୧/୦୮/୨୦୨୫   ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଛକ ରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଗତ ଚାରି ମାସ ତଳୁ ତୁଳସୀଡିଆ, ଘାଗରାଡିଆ ଓ କୂଳସାହି କୁ ରାସ୍ତା ନିର୍ମାଣ କରାଯାଇ ଥିଲା. ମାତ୍ର କଣ୍ଟ୍ରାକ୍ଟର ଗାଁ ଭିତର ରାସ୍ତା କୁ କିଛିଟା କଙ୍କ୍ରିଟ୍ କରି ମୁଖ୍ୟ ରାସ୍ତା ଡଷ୍ଟ ପକାଇ କାମ ବନ୍ଦ କରି ଦେଇଛି. ରାସ୍ତା ନିର୍ମାଣ କାର୍ଯ୍ଯ ନିମ୍ନ ମାନର ହେଉ ଥିବା ଅଭିଯୋଗ ହୋଇଥିଲେ ମଧ୍ଯ ନିର୍ବାହୀ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟର ଙ୍କ ମଧୁଚନ୍ଦ୍ରିକା ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଚୁପ୍ ରହିଥିଲା. ତିନି କୋଟି ରୁ ଉର୍ଦ୍ଧ ବ୍ୟୟ ରେ ନିର୍ମାଣ କରାଯାଉ ଥିବା ଏହି ରାସ୍ତା ରେ ମାଟି ଟ୍ରିପି ଟିଏ ବି ପଡିଲା ନାହିଁ. । ଠିକାଦାର ଓ ଜେଇ ଏସ ଡି ଓ  ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଘାଗରାଡିଆ ରାସ୍ତା କଡରେ ନିର୍ମିତ ହୋଇଥିବା ଗାର୍ଡ ୱାଲ୍ ସେହି ରାସ୍ତା କଡର ମାଟି କୁ ତାଢି କୁ ପକା ଯାଇ ଥିବା ବେଳେ ଅସରାୟ ବର୍ଷା ରେ ତାହା ଧୋଇ ଯାଇଛି. କଙ୍କ୍ରିଟ୍ ରାସ୍ତା ବୋହୁ ନିମ୍ନ ମାନର ହୋଇଥିବା ହେତୁ ରାସ୍ତା ଉପରେ ପାଣି ଜମି ରହୁ ଥିବାର ଦେଖିବାକୁ ମିଳିଛି. ଯେଉଁ ଡଷ୍ଟ ସବୁ ମୁଖ୍ୟ ରାସ୍ତା ରେ ପଡିଥିଲା ତାହା ବର୍ଷା ରେ ଧୋଇ ଗଲାଣି. ଆଗ କୁ ବର୍ଷା ରୁତୁ ଏବଂ ଏହି ଅଞ୍ଚଳ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥାଏ ତଥାପି ଗତ ଏକ ମାସ ହେବ ସମ୍ପୂର୍ଣ୍ଣ କାମ ବନ୍ଦ ରହିଛି. ତିନୋଟି ପଞ୍ଚାୟତ ତଥା ପେଣ୍ଠପାଳ ପଞ୍ଚାୟତ ର କୂଳସାହି, ଘାଗରା ପଞ୍ଚାୟତ ର ଘାଗରାଡିଆ ଓ ତରଡିପାଳ ପଞ୍ଚାୟତ ର ତୁଳସୀଡିଆ ର ଅନ୍ୟୁନ ଦଶ ହଜାର ରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଅଧାପନ୍ତରିଆ ରାସ୍ତା ରେ ଏବେ ଦୁର୍ଘଟଣା ହେଉଛି ଏବଂ କେତେ ବେଳେ କାହା ଜୀବନ ବି ଯାଇ ପାରେ. ରାସ୍ତା ନିର୍ମାଣ ଦିନ ରୁ ସରକାରୀ ଗାଇଡ୍ ଲାଇନ ଅନୁଯାୟୀ ସୂଚନା ଫଳକ ଲାଗିବା କଥା ମାତ୍ର ତାହା ହୋଇ ନାହିଁ ତେଣୁ ପ୍ରକଳ୍ପ ଅଟକଳ ବ୍ୟୟ ମଧ୍ଯ ସାଧାରଣ ଲୋକ ଜାଣି ନାହାଁନ୍ତି. ସରକାର ତଥା ସ୍ଥାନୀୟ ବିଧାୟକ ଏହା କୁ ଗୁରୁତ୍ଵ ଦେଇ  ତୁରନ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଏହି ଅଞ୍ଚଳବାସୀ ଦାବି କରିଛନ୍ତି . ଯାହା ଜନସାଧାରଣ ଙ୍କ ଅଭିଯୋଗ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିବା ଉଦ୍ଦେଶ୍ୟ ରେ ଏହି କାମ କରାଯାଉଛି ।ଯଦି ଆଗାମୀ ଦିନ ରେ ଜନସାଧାରଣ ହଇରାଣ ହୁଅନ୍ତି ଆଗାମୀ ଦିନ ରେ ଏକ ଜନଆନ୍ଦୋଳନ ଦେଖା  ଦେଇ ପାରେ ଏଥି ପ୍ରତି ରାଜ୍ୟ ସରକାର ଦୁଷ୍ଟି ଦିଅନ୍ତୁ ବୋଲି ୩ପଞ୍ଚାୟତ ର ଜନସାଧାରଣ ଦାବି କରିଛନ୍ତି।