ସାଙ୍ଗର ଜନ୍ମ ଦିନ ପାଳନ କରିବା କୁ ଜାଇ ନାବାଳିକା ଦୁଷ୍କର୍ମ ସିକାର I  

ସାଙ୍ଗର ଜନ୍ମ ଦିନ ପାଳନ କରିବା କୁ ଜାଇ ନାବାଳିକା ଦୁଷ୍କର୍ମ ସିକାର I   

ସାଙ୍ଗର ଜନ୍ମ ଦିନ ପାଳନ କରିବା କୁ ଜାଇ ନାବାଳିକା ଦୁଷ୍କର୍ମ ସିକାର I

 
ମାଲକାନଗିରି ଜିଲ୍ଲାରେ ୨୨/୭/ ନାବାଳିକା ଦୁଷ୍କର୍ମରେ ଆସିଲା ନୁଆ ମୋଡ, ପିଡିତାଙ୍କ ବୟାନ ରେକୋର୍ଡ କରିବା ପରେ ଏହା କେବଳ ଦୁଷ୍କର୍ମ ନୁହେ ବରଂ ଗଣ ଦୁଷ୍କର୍ମ ହୋଇଥିବା ଜଣା ପଡିଛି। ପୀଡ଼ିତା ନାବାଳିକାଙ୍କ ସହ ଦୁଇଟି ପୃଥକ ଘଟଣା ଘଟିଥିବା ବେଳେ ଏନେଇ ପୋଲିସ ମଧ୍ୟ ଦୁଇଟି ମାମଲା ରୁଜ୍ଜୁ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟକରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶର ଜଣେ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଘଟଣାରେ ମାଲକାନଗିରି ସଦରର ତିନି ଜଣଙ୍କୁ ଗିରଫ କରାଯାଇଛି। ମୋଟ ଚାରି ଜଣଙ୍କୁ କୋର୍ଟ ଚାଲାଣ କରଆଯାଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି। ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଦଳ ଥାନାକୁ ଯାଇ ନାରା ବାଜି କରିବା ସହ ରାଜ୍ୟ ସରକାରଙ୍କ ନାରି ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ଲାଗି ଘରୁ ବାହାରିଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଝିଅକୁ ଖୋଜା ଖୋଜି କରିବା ପରେ ଝିଅର କୌଣସି ପତ୍ତା ମିଳିନଥିଲା। ହେଲେ ବିଳମ୍ବିତ ରାତିରେ ମାଲକାନଗିରି ଠାରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବିଜା ଘାଟି ନିକଟରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହ ଜନକ ଅବସ୍ଥାରେ ଦେଖି କିଛି ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରି ଶକ୍ତି ସଦନ ଗୃହରେ ଆଣିଥିଲେ। ଏହି ଘଟଣାକୁ ନେଇ ପିଡିତାଙ୍କ ମାଆ ଗତ କାଲି ମାଲକାନଗିରି ଆଦର୍ଶ ଥାନାରେ ଦୁଷ୍କର୍ମ ହୋଇଥିବା ଏତଲା ଦେଇଥିବା ବେଳେ ନାବାଳିକାର ବୟାନ ରେକର୍ଡ ପରେ ଏହା ଗଣ ଦୁଷ୍କର୍ମ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଘଟଣାରେ ଉତ୍ତର ପ୍ରଦେଶର ଏକ ଟ୍ରକ ଚାଳକ ସୁଭମ ସିଙ୍ଗ ଗଣ୍ଡକୁ ମାଲକାନଗିରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ପୀଡ଼ିତାଙ୍କ ବୟାନ ଅନୁଯାୟୀ ଜିଲ୍ଲା ସଦରରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣି ଏନେଇ ଅନ୍ୟ ଏକ ମାମଲା ରୁଜ୍ଜୁ କରି ଘଟଣାରେ ମାଲକାନଗିରି ସହରର ତିନି ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ। ଦୁଷ୍କର୍ମ ଘଟଣାରେ ମୋଟ ଚାରି ଜଣଙ୍କୁ କୋର୍ଟ ଚାଲାଣ କରଆଯାଇଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସ.ପି. ବିନୋଦ ପାଟିଲ ଏଚ। ହେଲେ ଏହି ଘଟଣାକୁ ନେଇ ଏବେ ବିଭିନ୍ନ ଦଳ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେଡି ଓ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଥାନାକୁ ଯାଇ ନାରା ବାଜି କରିବା ସହ ରାଜ୍ୟ ସରକାରଙ୍କ ନାରି ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଆସିବା ପରେ ନାରି ନିର୍ଯ୍ୟାତନା ବଢିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ମାନେ ଅସୁରକ୍ଷିତ ଅଛନ୍ତି। ସେପଟରେ ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଉପ ପୌର ଅଧକ୍ଷା କବିତା ମହନ୍ତ, ଯୁବ ନେତା ରବି ରାଜେସ, କେ ରାହୁଲ, ସୁମିତ ପୂଜାରୀ ପ୍ରମୁଖଙ୍କ ସହ ଅନ୍ୟମାନେ ମଧ୍ୟ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଭେଟିଥିଲେ। ବାଲେଶ୍ବର ଠାରୁ ଆରମ୍ବ କରି ମାଲକାନଗିରି ପର୍ଯ୍ୟନ୍ତ ନାରି ଅସୁରକ୍ଷିତ। ତେଣୁ ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କ ଇସ୍ତଫା ଦାବି କରିଚି ବିଜେଡି। ଅନ୍ୟପଟେ ପିଡିତାଙ୍କୁ ମାଲକାନଗିରି ଆଦର୍ଶ ଥାନାରେ ପଚରା ଉଚୁରା କରାଯିବା ପରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ପାଖରେ ହସ୍ତାନ୍ତର କରାଯାଇଛି। ସେଠାରେ ନାବାଳିକାଙ୍କ ଡାକ୍ତରି ଚିକିତ୍ସା ଜାରି ରହିଥିବା ଜଣା ପଡିଛି। ଘଟଣାକୁ ନେଇ ଜିଲ୍ଲାରେ ଚର୍ଚା ଜୋର ଧରିଥିବା ବେଳେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ।
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର