ଜରାଜୀର୍ଣ୍ଣ ଅବସ୍ଥା ରେ ମାଲକାନଗିରି ଶୁକମା ବାଇପାସ ଛକ l

ଜରାଜୀର୍ଣ୍ଣ ଅବସ୍ଥା ରେ ମାଲକାନଗିରି ଶୁକମା ବାଇପାସ ଛକ l
ସଦର ମହକୁମା ରେ ଥିବା ମୁଖ୍ୟ ରାସ୍ତା ର ଅତି ଶୋଚନୀୟ ଅବସ୍ଥା ରାଜ୍ୟ ସରକାରଙ୍କ ତରଫରୁ ମାଧ୍ୟମରେ ବହୁ ଅଞ୍ଚଳକୁ ପିଚୁ ରାସ୍ତା ମାନ ନିର୍ମାଣ କରାଯାଉଛି । କିନ୍ତୁ ବିଭିନ୍ନ ସମୟରେ ଉକ୍ତ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ଆଉ କିଛି ରାସ୍ତା ମରାମତି ମଧ୍ୟ ହେଉନଥିବା ଦେଖିବାକୁ ମିଳୁଛି । ଯାହାକି ସରକାରଙ୍କ ନିୟମ ଅନୁଯାୟୀ ଯେକୌଣସି ରାସ୍ତା ନିର୍ମାଣ କରାଯିବ ତାହାକୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ମରାମତି କରାଯିବା କଥା, କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ସହ ଠିକାଦାରଙ୍କ ମନମୁଖୀ ଶାସନ ହେତୁ କିଛି ରାସ୍ତା ପାଞ୍ଚ ବର୍ଷରେ ଥରେ ମଧ୍ୟ ମରାମତି ହେଉନଥିବା ଦେଖିବାକୁ ମିଳୁଛି। ତେଣୁ କମ ଦିନରେ ରାସ୍ତା ପୁଣି ଥରେ ତାର ପୂର୍ବ ଅବସ୍ଥାକୁ ଫେରି ଆସୁଛି ଯାହା ପାଇଁ ଉକ୍ତରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସମେତ ବିଦ୍ୟାଳୟକୁ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏମିତି ଏକ ରାସ୍ତା ଦେଖିବାକୁ ମିଳିଛି ଜିଲ୍ଲାର ମୁଖ୍ୟ ରାସ୍ତା ଜୟପୁର ମଧ୍ୟ ଲୋକେ ଯିବା ଆସିବା ପାଇଁ ଅସୁବିଧା ସମ୍ମୁଖୀନ ଭୋଗିବାକୁ ପଡୁଛି l କହିବାନୁଯାୟୀ ଉକ୍ତ ରାସ୍ତାଟି ୧ ବର୍ଷ ପୂର୍ବେ ନୂତନ ଭାବେ ନିର୍ମାଣ କରାଯାଇଥିଲା। କିନ୍ତୁ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷା ହେଲେ କୃତ୍ରିମ ପୋଖରୀ ସୃଷ୍ଟି ହେଉଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଥରେ ମଧ୍ୟ ମରାମତି କରାଯାଇ ନାହିଁ। ଯାହାକି ବର୍ତ୍ତମାନ ସେହି ରାସ୍ତାରେ ୧୦ ରୁ ଅଧିକ ଗାତ ହୋଇ ପାଣି ଜମି ରହୁଛି ତେଣୁ ଅଞ୍ଚଳବାସୀ ବହୁ ସମସ୍ୟା ଭୋଗୁଥିବା କହିଛନ୍ତି। ପ୍ରାୟ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଦୀପ୍ତି କନଭେଟ ଙ୍କୁ ପାଠ ପଢିବାକୁ ଦୈନିକ ଯା ଆସ କରୁଥିବା ବେଳେ ସେହି ରାସ୍ତା ଦେଇ ଉକ୍ତ ଗ୍ରାମ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ଯେପରିକି ସାମଗ୍ରୀ ନବା, ଆଣିବା କରିବା ସମେତ ଅନ୍ୟାନ୍ୟ କାମରେ ମଧ୍ୟ ଯାଇଥାନ୍ତି। ସେହିପରି ବ୍ୟାଙ୍କ ସମେତ ଜିଲ୍ଲା ସଦର ମହକୁମାକୁ ଉକ୍ତ ଗ୍ରାମବାସୀ ଯିବା ପାଇଁ ଏହି ରାସ୍ତା ଟି ମୁଖ୍ୟ ରାସ୍ତା ହୋଇଥିବା ବେଳେ ବର୍ଷାଦିନ ଆସିଲେ ରାସ୍ତାର ଏପରି ଅବସ୍ଥା ଦେଖି ଗ୍ରାମବାସୀ ଙ୍କ ଦୁଃଖ କହିଲେ ନ ସରେ। ରାସ୍ତାର ଏପରି ଅବସ୍ଥାରେ ଅଛି ଗାଡି କି ଗାଡି ଧକା ହବାର ଭୟ ମଧ୍ୟ ରହିଛି
ଯଥା ଶୀଘ୍ର ଯଦି ଏହି ମୁଖ୍ୟ ରାସ୍ତା ମରାମତି କଲେ ଅଂଚଳ ବାସୀ ଚିର ଉପକୁର୍ତ ହେବେ l
ମାଲକାନଗିରି ରୁ ଶିବପ୍ରସାଦ ପରିଛା ବିଶେଷ ଖବର