ମାଥିଲି ବ୍ଲକ୍ରେ ୩୭ ଶିକ୍ଷକଙ୍କୁ ଲେଭେଲ୍-III ପଦୋନ୍ନତି
ନୂତନ କର୍ମସ୍ଥଳୀରେ ଯୋଗଦାନ ପାଇଁ ଅବମୁକ୍ତ, ଶିକ୍ଷକ ମହଲରେ ଖୁସିର ଲହରୀ
ମାଥିଲି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଦୀର୍ଘଦିନର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଶିକ୍ଷାଦାନ କ୍ଷେତ୍ରରେ ନିରନ୍ତର ସେବାର ସ୍ୱୀକୃତି ସ୍ୱରୂପ ମାଥିଲି ବ୍ଲକ୍ର ୩୭ ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଲେଭେଲ୍-IVରୁ ଲେଭେଲ୍-IIIକୁ ପଦୋନ୍ନତି ପାଇଛନ୍ତି। ପଦୋନ୍ନତି ପରେ ସମସ୍ତଙ୍କୁ ନିଜ ନୂତନ କର୍ମସ୍ଥଳୀରେ ଯୋଗଦାନ କରିବା ପାଇଁ ବିଧିବଦ୍ଧ ଭାବେ ଅବମୁକ୍ତ କରାଯାଇଛି।
ମାଥିଲି ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଓ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପଦୋନ୍ନତିପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନୂତନ ଦାୟିତ୍ୱ ଗ୍ରହଣ ନେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ପଦୋନ୍ନତି ପାଇବା ପରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
ସୁଚାରୁ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ କରିଥିବାରୁ ମାଥିଲି ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (AUPTF) ପକ୍ଷରୁ BEO ଓ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଯାଇଛି। ଏଥିସହ ପଦୋନ୍ନତି ପ୍ରକ୍ରିୟାକୁ ସଫଳ କରିବାରେ ସହଯୋଗ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାସ୍ତରୀୟ ସହଯୋଗୀ ଟିମ୍ଙ୍କୁ ମଧ୍ୟ ସଂଘ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
ସଂଘର ସଭାପତି ଆର୍. ଭେଙ୍କଟ ରମଣଙ୍କ ସମେତ ସମଗ୍ର ଟିମ୍ ପଦୋନ୍ନତିପ୍ରାପ୍ତ ୩୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ କର୍ମସ୍ଥଳୀରେ ସେମାନଙ୍କ ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି
(ମାଥିଲି ରୁ ପ୍ପେଶାଲ ରିପଟର ଶିବପ୍ରସାଦ ପରିଛା ବିଶେଷ ଖବର)


admin 
