ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ନଜର ରେ "ପାଗଳପ୍ରେମୀ" ରିଙ୍କୁ ପାତ୍ର
ଆଜି ର ସ୍ୱାର୍ଥପର ଦୁନିଆରେ ମଣିଷ ପାଖରେ ସମୟ ନାହିଁ l ଯଦି ଆମେ କହିବା ଦୁଃଖୀ ଓ ପାଗଳ ଙ୍କ ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି ତେବେ ମଣିଷ ତାଙ୍କୁ ଘୃଣା ଦୃଷ୍ଟି ରେ ଦେଖିଥାଏ l ଏହିପରି କିଛି ମାନସିକ ବିକୃତ ଙ୍କ ସେବା କରି ଏବେ ସାରା ପାରାଦ୍ୱୀପ ର ଚର୍ଚ୍ଚା ରେ ରିଙ୍କୁ ପାତ୍ର l ସେ ମହିଳା ହୋଇ ମଧ୍ୟ ପାଗଳ ମାନଙ୍କର କେଶ କାଟିଦେବା, ତାଙ୍କୁ ବସ୍ତ୍ର ପିନ୍ଧାଇବା, ତାଙ୍କୁ ଖାଦ୍ୟ ପ୍ରଦାନ କରିବା ତାଙ୍କର ନିତିଦିନିଆ କାମ l ରିଙ୍କୁ ପେସା ରେ ଜଣେ ମୁନିସିପାଲିଟି ଗାଡି ଡ୍ରାଇଭର l ଦୀର୍ଘ ପାଞ୍ଚ ବର୍ଷ ହେବ ଏହି କାମ ରେ ନିଜକୁ ନିୟୋଜିତ କରି ଖୁସି ଅନୁଭବ କରିଥାନ୍ତି l ଏହିପରି ବିଚାରଵନ୍ତ କର୍ମକୁ ଦେଖି କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଙ୍କୁ ପାତ୍ର ଙ୍କୁ "ପାଗଳପ୍ରେମୀ" ଆଖ୍ୟା ଦିଆଯାଇଛି l
ତାଙ୍କୁ ତାଙ୍କର ଅଠରବାଙ୍କି ସ୍ଥିତ ବାସଭବନ ରେ ଟ୍ରଷ୍ଟ ର କର୍ମକର୍ତା ମାନେ ପହଂଚି ସମ୍ମାନିତ କରିଥିଲେ l ତାଙ୍କ କର୍ମ ତାଙ୍କର ପରିଚୟ ସୃଷ୍ଟି କରିଛି ବୋଲି ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଛି l ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ପାଗଳପ୍ରେମୀ ଉପାଧି ପରେ କର୍ମକ୍ଷେତ୍ର ଆହୁରି ବଢାଇବା ସହ ସାରା ଜଗତସିଂହପୁର ଜିଲ୍ଲା ରେ ଏହା ପରିବ୍ୟାପ୍ତ ପାଇଁ ରିଙ୍କୁ ପାତ୍ର ମତ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ଚିତ୍ତ ରଞ୍ଜନ ବସନ୍ତରା ଓ ସମୀର ଓଡିଶା ର ସଭାପତି ଉପସ୍ଥିତ ଥିଲେ l
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା


admin 
