ଶେଷ ରେ ଉପହାର ଆଖିର ଲୁହ
*ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୩୯ ବର୍ଷ। ଯେତେବେଳେ ଦରମା ମାତ୍ର ୫ ଟଙ୍କା ଥିଲା, ସେବେଠାରୁ ଥାନା ସହ ସଂପର୍କ। ଖାକି ପୋଷାକକୁ ଭଗବାନ ମାନି ରାତି ପରେ ରାତି ଅନିଦ୍ରା ରହି ଗାଁ ଜଗିଥିଲେ। ଆଉ ଯେତେବେଳେ ବିଦାୟର ବେଳ ଆସିଲା, ତାଙ୍କ ପାଖରେ ନା ଥିଲା ବ୍ୟାଙ୍କ ବାଲାନ୍ସ, ନା ପେନସନର ଭରସା। ଥିଲା, ମନରେ ଅସୁମାରି କୋହ, ଆଖିରେ ଦୁଇଧାର ଲୁହ । ଥାନାକୁ ମୁଣ୍ଡିଆ ମାରି ଗୃହରକ୍ଷୀ ଜୀବନରୁ ବିଦାୟ ନେଇଛନ୍ତି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସଉରୀ ବେଣୁପୁର ଗାଁର ଚନ୍ଦ୍ରମଣି ମଲ୍ଲିକ।*


admin 
