ସାମ୍ବାଦିକ ଭବନ ପରିଚାଳନା କମିଟି ର ନିର୍ବାଚନ ଫଳାଫଳ
ନୟାଗଡ଼ ୨୧. ୦୯ନୟାଗଡ ସଦର ରେ ଥିବା ସାମ୍ବାଦିକ ଭବନ ପରିଚାଳନା କମିଟି ର ନିର୍ବାଚନ ଦୀର୍ଘ ବର୍ଷ ପରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ନିର୍ବାଚନ ଟି ବେଶ୍ ରୋମାଞ୍ଚକର ହୋଇଥିଲାବେଳେ ପ୍ରମୁଖ ପ୍ରାର୍ଥୀ ଙ୍କ ଲଢେଇ ବେଶ ଜୋରଦାର ହୋଇଥିଲା l ସାମ୍ବାଦିକ ଭବନ ଥିବା ସର୍ବମୋଟ ୫୪ଜଣ ସଦସ୍ୟ ଙ୍କ ମଧ୍ୟରୁ ୪୯ଜଣ ମତଦାନ ସାବ୍ୟସ୍ତ କରିଥିଲେ l ସଭାପତି ପଦ ରେ ବରିଷ୍ଠ ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ବାଜିମାତ କରିଥିବା ବେଳେ ସମ୍ପାଦକ ଭାବେ ଅନୱାର ଅଲ୍ଲୀ ନିର୍ବାଚନ ହୋଇଛନ୍ତି l
ଭବନ ପୂର୍ବତନ ସଭାପତି ବୈଦ୍ୟ ଭୁଷଣ ମହାପାତ୍ର ଙ୍କ ସହ ସମ୍ପ୍ରତି ନୂଆ କରି ପ୍ରାର୍ଥୀ ହୋଇ ଥିବା ରଜତ ଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା l ବଦ୍ୟଭୂଷଣ ଙ୍କୁ ୨୩ଖଣ୍ଡ ଭୋଟ ମିଳିଥିଲା ବେଳେ ରଜତ ଙ୍କୁ ୨୬ଜଣ ସଦସ୍ୟ ଙ୍କ ସମର୍ଥନ ମିଳିଥିଲା l ସେହି ପରି ସମ୍ପାଦକ ଭାବେ ଲଢୁ ଥିବା ନିହାର ରଞ୍ଜନ ପଟ୍ଟନାୟକ ଙ୍କୁ ୧୮ଖଣ୍ଡ ଭୋଟ ମିଳିଥିଲା ବେଳେ ଅନୱାର ଙ୍କୁ ୩୧ଟି ଭୋଟ ମିଳିଛି l ଏହା ସହ ଯୁଗ୍ମ ସମ୍ପାଦକ ମତଦାନ ରେ ସ୍ୱରୂପ ପଟ୍ଟନାୟକ ଙ୍କୁ ୧୮ଖଣ୍ଡ ଭୋଟ ମିଳିଥିବା ବେଳେସନ୍ତୋଷ କୁମାର ନାୟକ ଙ୍କୁ ୩୧ଟି ଭୋଟ ମିଳିଥିଲା l କୋଷାଧ୍ୟକ୍ଷ ପ୍ରାର୍ଥୀ ଭାବେ ଲଢୁ ଥିବା ବିଶ୍ୱଜିତ ନାୟକ ଓ ଉପ ସଭାପତି ପ୍ରଶାନ୍ତ କୁମାର ଜେନା ନିର୍ଦୋନ୍ଦ ରେ ନିର୍ବାଚନ ହୋଇଛନ୍ତି ଲ
ଅନ୍ୟ ମାନଙ୍କ ମଧ୍ୟରେ ରେ ସଙ୍ଘ ର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଅଶୋକ କୁମାର ସାଥୁଆ, ବାସୁଦେବ ମହାନ୍ତି, ମହେଶ ମିଶ୍ର, ରସାନନ୍ଦ ସ୍ୱାଇଁ, ଦିନମଣୀ ମହାନ୍ତି, କୈଳାଶ ଚନ୍ଦ୍ର ସିଅ, ରବିନ୍ଦ୍ର ଦାସ ଓ ଗଗନ ମହାପାତ୍ର ପ୍ରମୁଖ ମନୋନୀତ ହୋଇଛନ୍ତି l ନିର୍ବାଚନ ପରିଚାଳନା ଦାୟିତ୍ଵ ଧୀରେନ୍ଦ୍ର କୁମାର ପଟ୍ଟନାୟକ, କ୍ଷୀରୋଧ୍ଯ ପଟ୍ଟନାୟକ, ଜନ୍ମେଜୟ ମହାନ୍ତି ଓ ଗୌରୀ ଶଙ୍କର ଦାସ ପ୍ରମୁଖ ରହିଥିଲେ l ନିର୍ବାଚନ ଟି ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ ହୋଇଥିଲା l ନିର୍ବାଚନ ପ୍ରତିନିଧି ଙ୍କୁ ସବୁ ମହଲ ରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l ନବ ନିର୍ବାଚିତ ସଭାପତି ରଜତ ନିଜ ପ୍ରତିକ୍ରିୟା ରେ ବକ୍ତବ୍ୟ ରଖିଛନ୍ତି କି ଯେଉଁମାନେ ତାଙ୍କ ଉପରେ ଭରସା କରି ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି, ସମସ୍ତ ଙ୍କୁ ସେ ହୃଦୟ ରୁ କୃତଜ୍ଞତା ଜଣାଇଛନ୍ତି l
ଅଶୋକ କୁମାର ସ।ଥୁଆ ଜିଲ୍ଲା ପ୍ରତିନିଧି ନୟାଗଡ଼ l


admin 
