ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ବିଜେଡିର ବାଜିମାତ! ସମସ୍ତ ପ୍ରାର୍ଥୀ ବିଜୟୀ, ରାଜନୈତିକ ମହଲରେ ଚର୍ଚ୍ଚା

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ବିଜେଡିର ବାଜିମାତ! ସମସ୍ତ ପ୍ରାର୍ଥୀ ବିଜୟୀ, ରାଜନୈତିକ ମହଲରେ ଚର୍ଚ୍ଚା

ପଟ୍ଟାମୁଣ୍ଡାଇ: ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଦମଦାର ବିଜୟ। ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀ ବିଜୟୀ ହେବା ପରେ ବିଜେଡି ଶିବିରରେ ଖେଳିଯାଇଛି ଖୁସିର ଲହରୀ। ଏହି ବିଜୟକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ସ୍ଥାନୀୟ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା।

ରାଜ୍ୟରେ ବିଜେଡି କ୍ଷମତାରୁ ଦୂରେଇ ରହିଥିବା ସତ୍ତ୍ୱେ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀଙ୍କ ଏହି ବିଜୟକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦଳର ସମର୍ଥନ ଏବଂ ସାଂଗଠନିକ ସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଏବେ ସମସ୍ତଙ୍କ ନଜର ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ। ମହାବିଦ୍ୟାଳୟର ଏହି ବିଜୟ ଆଗାମୀ ଦିନରେ ବିଜେଡିକୁ କେତେ ରାଜନୈତିକ ଫାଇଦା ଦେବ? ଅନ୍ୟପକ୍ଷରେ, ଶାସକ ବିଜେପି ପାଇଁ ଏହା କେଉଁ ବାର୍ତ୍ତା ଦେଉଛି? ଏସବୁ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

ତେବେ ଛାତ୍ର ସଂସଦ ନିର୍ବାଚନର ଏହି ଫଳାଫଳ ଆଗାମୀ ଦିନରେ ସ୍ଥାନୀୟ ରାଜନୀତିକୁ କେତେ ପ୍ରଭାବିତ କରିବ, ତାହା ସମୟ କହିବ।

ଗଦାଧର ଦାସଙ୍କ ରିପୋର୍ଟ ବିଶେଷ ଖବର ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରତିନିଧି