ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗର୍ବ ଗୌରବ ଆଜିର କାଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହେଲା ସାଂସ୍କୃତିକ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା
ଏହିଁ ପ୍ରତିଯୋଗିତା ଲାଡ଼ି ସୁସ୍ମିତା ପ୍ରଥମ ପୁରସ୍କାର ହାସଲ କଲେ.
ପଦ୍ମପୁର, ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକରେ RMC LAMP ପକ୍ଷରୁ ପ୍ରଥମ ଥର ପାଇଁ ଏକ ସାଂସ୍କୃତିକ ଝୋଟି ଓ ରଙ୍ଗୋଲି କଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନେକ ମହିଳା ଓ ଯୁବତୀ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜ ନିଜର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ପ୍ରତିଯୋଗିତାରେ ଲାଡ଼ି ସତ୍ୟନାରାୟଣ, ଅବସରପ୍ରାପ୍ତ AOଙ୍କ କନ୍ୟା ଲାଡ଼ି ସୁସ୍ମିତା ପ୍ରଥମ ପୁରସ୍କାର ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଥିଲେ।
ପ୍ରତିଯୋଗିତାର ଏକ ବିଶେଷ ଆକର୍ଷଣ ଥିଲା ପାରମ୍ପରିକ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର। ସମସ୍ତ ମହିଳା ଓ ଯୁବତୀ ପ୍ରାକୃତିକ ଉପାଦାନ ଏବଂ ସାଂସ୍କୃତିକ ସାମଗ୍ରୀ ବ୍ୟବହାର କରି ସୁନ୍ଦର ଓ ଆକର୍ଷଣୀୟ ଝୋଟି ଓ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ଏହା ମାଧ୍ୟମରେ ଭାରତୀୟ ପରମ୍ପରା, ଲୋକକଳା ଓ ସାଂସ୍କୃତିକ ଐତିହ୍ୟର ସୁନ୍ଦର ପ୍ରତିଫଳନ ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁରର SRCS ଶ୍ରୀ ଶିବ ପ୍ରସାଦ ଖମାରୀ, ପଦ୍ମପୁରର BPM ଶ୍ରୀ ମନୋଜ ଗମାଙ୍ଗୋ, ଗୁରୁତୀର୍ଥ ଗୁଡ଼ିଆବନ୍ଧାର କଳା ଶିକ୍ଷକ ଶ୍ରୀ ଡି. ଶିବ ଆଚାରୀ ଏବଂ ଲାଉଗୁଡ଼ା SC/ST କଲେଜର ଅଧ୍ୟକ୍ଷ ଯୋଗ ଦେଇଥିଲେ। ଏଥିସହ ସାମ୍ବାଦିକ ଶ୍ରୀ ରବି ମହାପାତ୍ର, ଶ୍ରୀ ରୁଦ୍ର ପ୍ରସାଦ ଚୌଧୁରୀ ଓ ଜଗବନ୍ଧୁ ଲିମା ଅନ୍ୟାନ୍ୟ ପ୍ରେସ୍ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତା ସ୍ଥାନୀୟ ମହିଳା ଓ ଯୁବତୀମାନଙ୍କ ମଧ୍ୟରେ ଲୁକ୍କାୟିତ କଳା ପ୍ରତିଭାର ବିକାଶ ସହ ପାରମ୍ପରିକ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ଉତ୍ସାହଜନକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଥିଲା।
ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର


admin 
