ପଟ୍ଟାମୁଣ୍ଡାଇର ଦୁଇ କଲେଜରେ ବିସିଜେଡିର ବିପୁଳ ବିଜ
ପଟ୍ଟାମୁଣ୍ଡାଇ, ୧୫/୧୦: ପଟ୍ଟାମୁଣ୍ଡାଇ କଲେଜ ଓ ଦାଣ୍ଡିସାହିସ୍ଥିତ ବ୍ରାହ୍ମଣୀ କଲେଜ ଛାତ୍ରସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀମାନେ ବିପୁଳ ବିଜୟ ହାସଲ କରିଛନ୍ତି। ଉଭୟ କଲେଜର ସମସ୍ତ ପ୍ରମୁଖ ପଦବୀରେ ବିସିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ପଟ୍ଟାମୁଣ୍ଡାଇ କଲେଜରେ ସଭାପତି ଭାବେ ରୁଦ୍ର ପ୍ରସାଦ ଦାସ ନିକଟତମ ଏବିଭିପି ପ୍ରାର୍ଥୀଙ୍କୁ ୩୧୮ ଭୋଟରେ ଏବଂ ଉପସଭାପତି ଅବିନାଶ ସାହୁ ୪୦୨ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସେହିପରି ଅର୍ପିତା ମଥାନ, ମିର୍ଜା ମୋଜାହିଦ ବେଗ, ସୋମନାଥ ମଲିକ, ଦୟାନିଧି ସାହୁ, ଶୁଭଲଷ୍ମୀ ମୁଦୁଲି, ଶୁଭମ କୁମାର ନାୟକ ଓ ଆଦ୍ୟାଶା ତ୍ରିପାଠୀ ବିଭିନ୍ନ ପଦବୀରେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପକ୍ଷରେ, ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ମଧ୍ୟ ବିସିଜେଡି ସମସ୍ତ ପଦବୀ ଦଖଲ କରିଛି। ସୁରଜ ଦାସ ସଭାପତି, ସଂଗ୍ରାମ ଜେନା ଉପସଭାପତି ଓ ଅଞ୍ଜଳିପ୍ରିୟା ଧଳ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଅନ୍ୟ ପଦବୀରେ ମଧ୍ୟ ବିସିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।
ବିଜୟ ପରେ ନବନିର୍ବାଚିତ ଛାତ୍ରସଂସଦର କର୍ମକର୍ତ୍ତାମାନଙ୍କୁ ବିଜେଡି ନେତା ଓ କର୍ମକର୍ତ୍ତାଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
କେନ୍ଦ୍ରାପଡା ରୁ ପ୍ରମୋଦ କୁମାର ଜେନାଙ୍କ ରିପୋର୍ଟ, ବିଶେଷ ଖବର, କେନ୍ଦ୍ରାପଡ଼ା


admin 
