ରେଳ ଟିକଟ ପାଇଁ ଯାତ୍ରୀ ହନ୍ତସନ୍ତ

ରେଳ ଟିକଟ ପାଇଁ ଯାତ୍ରୀ  ହନ୍ତସନ୍ତ

ରାୟଗଡା,ଗୁଣୁପୁର, ତାରିଖ :-22/10/26 ଗୁଣୁପୁର ରେଳ ଷ୍ଟେସନରେ ରେଳ ବିଭାଗର ଅବହେଳା ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଷ୍ଟେସନର ଟିକେଟ କାଉଣ୍ଟର ନିର୍ଦ୍ଧାରିତ ସମୟରେ ଖୋଲାଯାଉ ନଥିବାରୁ ସକାଳୁ ଟ୍ରେନ୍‌ ଧରିବାକୁ ଆସୁଥିବା ଯାତ୍ରୀମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।

ଟିକେଟ କାଉଣ୍ଟର ବିଳମ୍ବରେ ଖୋଲିବା ଫଳରେ ଅନେକ ଯାତ୍ରୀ ଠିକ୍ ସମୟରେ ଟିକେଟ ସଂଗ୍ରହ କରିପାରୁନାହାନ୍ତି। କେତେକ କ୍ଷେତ୍ରରେ ଯାତ୍ରୀମାନେ ଟ୍ରେନ୍‌ ଛାଡ଼ିଦେବାର ମଧ୍ୟ ଅଭିଯୋଗ କରିଛନ୍ତି। ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଏହି ଅବ୍ୟବସ୍ଥାରେ ପ୍ରଭାବିତ ହେଉଛନ୍ତି।

ସ୍ଥାନୀୟ ଲୋକ ଓ ଯାତ୍ରୀମାନଙ୍କ ଅଭିଯୋଗ ଯେ, ରେଳ ବିଭାଗ ପକ୍ଷରୁ ଯଥୋଚିତ ପରିଚାଳନା ଓ ସମୟାନୁବର୍ତ୍ତିତାର ଅଭାବ ଯୋଗୁଁ ଏପରି ସମସ୍ୟା ବାରମ୍ବାର ଦେଖାଦେଉଛି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।

ଏହି ପରିସ୍ଥିତିରେ ରେଳ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି ଟିକେଟ କାଉଣ୍ଟରକୁ ନିର୍ଦ୍ଧାରିତ ସମୟରେ ଖୋଲିବା ସହ ଯାତ୍ରୀ ସେବାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି। ଗୁଣୁପୁର ଠାରୁ କଟକ ମେମୋ ସବୁ ବେଳେ ବିଳମ୍ବ ଏଥି ପ୍ରତି ରେଳ ବିଭାଗ ତରଫରୁ ପୁଙ୍ଖାନ ପୁଙ୍ଖ ତଦନ୍ତ କରା ଯାଉବୋଲି ବୁଦ୍ଧି ଯିବି ମହଲ ରେ ପତିକ୍ରିୟା ରଖିଛନ୍ତି 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର