ବିଜେପି ର ମିଶ୍ରଣ ପର୍ବ,

ପଦ୍ମ ଧରିଲେ ବିଜେଡି କର୍ମୀ ,ବିଜେଡି ଶିବିରରେ ଛାନିଆ।

ବିଜେପି ର ମିଶ୍ରଣ ପର୍ବ,

ପଟ୍ଟାମୁଣ୍ଡାଇ ବ୍ଲକ, ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ବନ୍ତୋ ସ୍ଥିତ ଉଦିଆ ନିବାସ ଦଳୀୟ କାର୍ଯ୍ୟାଳୟ ଠାରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l

ଉକ୍ତ ମିଶ୍ରଣ ପର୍ବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି, ରୁ ଶତାଧିକ କର୍ମୀ ରାଜନଗର ଯୁବ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ l

ଉକ୍ତ କାର୍ଯ୍ୟକ୍ରମ ରେ, ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୭ ନମ୍ବର ଜୋନ ସଭାପତି ସ୍ୱାଗତ ଦାଶ ସଭାପତିତ୍ୱ କରିଥିବା ବେଳେ ୧୮ ନମ୍ବର ଜୋନ ସଭାପତି ହୃଷିକେଶ ଜେନା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁନାକାର ବେହେରା, ସନ୍ତୋଷ ମହାନ୍ତି, ମିଟୁ ମନୋଜ ନାୟକ,ଶିଶିର କୁମାର ମଲିକ୍ ,ସୁରେଶ ସାହୁ, ଜ୍ୟୋତି ପ୍ରକାଶ ପ୍ରଧାନ, (ଉପସ୍ଥାପକ ) ସଞ୍ଜୟ ସ୍ୱାଇଁ, ଅଭୟ ବେହେରା, ବଡପଡା ସରପଞ୍ଚ ଅନନ୍ୟା ଶୁଭ ସ୍ମିତା ସେଠୀ, ସରପଞ୍ଚ ପ୍ରତିନିଧି ପାରେଶ୍ୱର ସେଠୀ, ସତ୍ୟବ୍ରତ ରାଉତ, ବ୍ରଜ କିଶୋର ପ୍ରଧାନ, ବିପିନ ନାୟକ, ରମେଶ ମହାରଣା, ପ୍ରଦୀପ ପ୍ରଧାନ, ପ୍ରଦୀପ ସାହୁ, ସଞ୍ଜୟ ମଳିକ, ଦିହୁଡିପୁର ସରପଞ୍ଚ ନରେଶ ଚନ୍ଦ୍ର ମଳିକ ପ୍ରମୁଖ ସାମିଲ ହୋଇଥିଲେ l

ଏହିପରି ଭାବେ, ଦିହୁଡିପୁର ,ଓଉପଦା ,ଚନ୍ଦନଗର ,ବଡପଡା , ବଡ଼ ମହନପୁର , ବିଲିକଣା ,ଖଡ଼ିଅଣ୍ଟା ,କଖାରୁଣୀ ,ଦୋସିଆ ପଞ୍ଚାୟତ ରୁ ଶତାଧିକ ,ଜଣ କର୍ମୀ ପଦ୍ମ ଧରିଥିଲେ l

ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ, ଶତାଧିକ କର୍ମୀଙ୍କ, ଦଳ ବଦଳ ଙ୍କୁ ନେଇ ରାଜନୈତିକ ମହଲରେ ନୁଆ ସମୀକରଣ ଦେଖା ଦେଇଛି ll ଆଜି ବିଜେପି ନେତା ଲଳିତ ବେହେରା ଙ୍କ ମାଷ୍ଟର ଷ୍ଟ୍ରୋକ ରେ ବିଜେଡି ଶିବିର ରେ ଛାନିଆ ସୃଷ୍ଟି ହେଉଛି।କିଛି ବିଗତ ଦିନ ରେ ରାଜନଗର ନିର୍ବାଚନ ମଣ୍ଡଳୀ ରେ ବହୁ ବାର ବିଜେଡି କର୍ମୀ ଦଳ ତ୍ୟାଗ କରି ବିଜେପି ର ଯୋଗ ଦେଇ ବିଜେପି ନେତା ଲଳିତ ବେହେରା ଙ୍କ ଶକ୍ତି ବୃଦ୍ଧି କରିଛନ୍ତି।ଆଗାମୀ ଦିନ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ,ଏହି ପରିପେକ୍ଷୀରେ ବିଜେଡି ଦଳ ଛାଡ଼ି ବିଜେପି ରେ ମିଶିବା ବିଜେଡି କୁ ମହଙ୍ଗା ପଡ଼ି ପାରେ ଯାହା ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି।

ସଞ୍ଜୟ କୁମାର ପଣ୍ଡା ଙ୍କ ରିପୋର୍ଟ ବିଶେଷ ଖବର ଜିଲ୍ଲା ପ୍ରତିନିଧି, ଓ ଗଦାଧର ଦାଶ ବ୍ଲକ୍ ପ୍ରତିନିଧି କେନ୍ଦ୍ରାପଡ଼ା।