ମାଥିଲିରେ କେସିସି ବ୍ୟାଙ୍କ ପକ୍ଷରୁ ଏଟିଏମ୍ ସେବା ଆରମ୍ଭ

ଗ୍ରାହକଙ୍କ ଦୀର୍ଘଦିନର ଅସୁବିଧା ଦୂର ହେବ, ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ

ମାଥିଲିରେ କେସିସି ବ୍ୟାଙ୍କ ପକ୍ଷରୁ ଏଟିଏମ୍ ସେବା ଆରମ୍ଭ

ମାଥିଲି, ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ସଦର ମହକୁମାସ୍ଥିତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସି ବ୍ୟାଙ୍କ) ପକ୍ଷରୁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଏକ ନୂତନ ଏଟିଏମ୍ ସେବା ଆରମ୍ଭ କରାଯାଇଛି। ଏହି ସୁବିଧା ଆରମ୍ଭ ହେବା ଫଳରେ ଏଣିକି ବ୍ୟାଙ୍କ ଗ୍ରାହକମାନଙ୍କୁ ଟଙ୍କା ଉଠାଣ ପାଇଁ ଆଉ ଦୀର୍ଘ ସମୟ ଧରି ବ୍ୟାଙ୍କରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ସେମାନେ ସିଧାସଳଖ ଏଟିଏମ୍ ମାଧ୍ୟମରେ ଆବଶ୍ୟକ ଅନୁଯାୟୀ ଟଙ୍କା ଉଠାଣ କରିପାରିବେ।

ଏହି ଏଟିଏମ୍ ସେବାକୁ କେସିସି ବ୍ୟାଙ୍କ ଲିମିଟେଡ୍‌ର ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ମାଲକାନଗିରି ଡିଆରସିଏସ୍ ଶ୍ରୀମତୀ ଥିଓଫିଲା ସବର, କେସିସି ବ୍ୟାଙ୍କ ଲିମିଟେଡ୍‌ର ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ରଣା, ଶ୍ରୀ ଉଦୟନାଥ ମାଦ୍ରି ଓ ଶ୍ରୀ ଗୋପୀ ପାଙ୍ଗି ବ୍ୟାଙ୍କର ସଚିବ ଶ୍ରୀ ଐଶ୍ୱର୍ଯ୍ୟ ରତ୍ନ ମହାନ୍ତି, ଏଜିଏମ୍ ଶ୍ରୀ ହରିଶ ଚନ୍ଦ୍ର ବନଗାଡି ଏବଂ ମାଥିଲି ଶାଖା ପରିଚାଳକ ଶ୍ରୀ ମାନସ ରଞ୍ଜନ ବେହେରାଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

ମାଥିଲି ଭଳି ଅଞ୍ଚଳରେ ଏଟିଏମ୍ ସେବା ଉପଲବ୍ଧ ହେବା ଦ୍ୱାରା ବ୍ୟବସାୟୀ, ଚାଷୀ ଓ ସାଧାରଣ ଗ୍ରାହକମାନେ ବିଶେଷ ଭାବେ ଉପକୃତ ହେବେ। ବ୍ୟାଙ୍କ ପକ୍ଷରୁ ଏଭଳି ଜନହିତକର ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ସନ୍ତୋଷ ପ୍ରକାଶ ପାଇଛି।

(ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର)