ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବରେ ସ୍ୱାଗତ ଅଭିଭାଷଣ ଦେଲେ ସୁଜାତା କାର୍ତ୍ତିକେୟ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବରେ ସ୍ୱାଗତ ଅଭିଭାଷଣ ଦେଲେ ସୁଜାତା କାର୍ତ୍ତିକେୟ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବରେ ସ୍ୱାଗତ ଅଭିଭାଷଣ ଦେଇ ଏହି ଭବ୍ୟ ଆୟୋଜନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରମତୀ ସୁଜାତା ରାଉତ କାର୍ତ୍ତିକେୟନ। 

‘ଭାଷା ହିଁ ଭବିଷ୍ୟତ’ ପ୍ରସଙ୍ଗକୁ ଆଧାରକରି ଏହି ବିଶାଳ ସମ୍ମିଳନୀ କରାଯାଉଛି। ଓଡ଼ିଶାରେ ଯେଉଁ ରୂପାନ୍ତରୀକରଣର ପ୍ରକ୍ରିୟା ଆରମ୍ଭ ହୋଇଛି ସେଥିରେ ଭାଷାର ବି ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୁବନେଶ୍ୱରର ଜନତା ମଇଦାନରେ ଭାଷାକୁ ନେଇ ଆଜିଠାରୁ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ବିଭିନ୍ନ ବିଷୟରେ ମାନସମନ୍ଥନ କରାଯିବ। 

ସେହିପରି ସମ୍ମିଳନୀ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ – ଏଭଳି ୩ଟି ବିଭାଗରେ ବିଭକ୍ତ କରି ଏକ ଅଭିନବ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ତେଣୁ ଏହି କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବା ସହ ପ୍ରଦର୍ଶନୀ ବୁଲି ଦେଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

#ଓଡ଼ିଆଭାଷାସମ୍ମିଳନୀ

#ବିଶ୍ୱଓଡ଼ିଆଭାଷାସମ୍ମିଳନୀ

#ଓଡ଼ିଆଭାଷାସମ୍ମିଳନୀ 

#ଭାଷାହିଁଭବିଷ୍ୟତ