ଦୁର୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟ ହାତ୍ୟା ଘଟଣାରେ ପାଞ୍ଚ ଗିରଫ .

ଦୁର୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟ ହାତ୍ୟା ଘଟଣାରେ ପାଞ୍ଚ ଗିରଫ .
ANCHOR : କବିସୂର୍ଯ୍ୟନଗର ଥାନା ପଥରାପଲ୍ଲୀ ଗ୍ରାମ ନିକଟରେ ଦୁର୍ଦ୍ଧାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟ କୁ ଗୁଳି ମାରି ହତ୍ୟା ଘଟଣାରେ ପୋଲିସ କୁ ମିଳିଛି ସଫଳତା l ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୋଜନା ବଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ l ହତ୍ୟା କାଣ୍ଡ ର ମାଷ୍ଟର ଆଠଗଡ଼ପାଟଣା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସୁନୀଲ କୁମାର ପୋଲାଈ ଙ୍କ ସମେତ ମୋଟ ପାଞ୍ଚ ଜଣକୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡ ନେଇ ପୂର୍ବରୁ ବ୍ରହ୍ମପୁର ଠାରେ ଯୋଜନା ହୋଇଥିଲା l ଯୋଜନା ମୁତାବକ ହତ୍ୟା କାଣ୍ଡ ଭିଆ ଯାଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପାଞ୍ଚୋଟି ମୋବାଇଲ ଫୋନ ଜବତ କରାଯିବା ସହ ଅଧିକ ତଦନ୍ତ ଜାରିରଖିଛି ପୋଲିସ l ତେବେ ମୃତ ବ୍ୟକ୍ତି ଙ୍କ ନାମରେ ବିଭିନ୍ନ ଥାନାରେ 16 ରୁ ଉର୍ଦ୍ଧ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଗଞ୍ଜାମ l
ଗଞ୍ଜାମ ରୁ ସରୋଜ କୁମାର ମହାନ୍ତି