ଅଫିସରେ ସାକ୍ଷାତ କରି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାମାନ.

ଅଫିସରେ ସାକ୍ଷାତ କରି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାମାନ.

ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଙ୍ଘ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ଟୁଡୁଙ୍କ ସହାୟତାରେ ଗତ ୨୦.୯.୨୦୨୫ ରିଖ ଶନିବାର ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ BJP ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ CMO ଅଫିସରେ ସାକ୍ଷାତ କରି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାମାନ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।୧- ୪୨୦୦ଗ୍ରେଡ଼ପେ ବୃଦ୍ଧି ୨- 6ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି 6 ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଦାବୀ ବିଷୟରେ ସବିଶେଷ ଆଲୋଚନା କରାଯାଇଛି । ଖୁବ ଶୀଘ୍ର ଦାବୀ ପୂରଣ କରିବେ ବୋଲି ଉଭୟେ ପ୍ରକାଶ କରିଛନ୍ତି । ଉକ୍ତ ସାକ୍ଷାତକାରରେ ଶିକ୍ଷକ ମହାସଂଘର ଆବାହକ ମଣ୍ଡଳୀ ଯଥା ସୁଶାନ୍ତ ବେହେରା, ସିଦ୍ଧେଶ୍ୱର ମିଶ୍ର, ଉତ୍ତମ କୁମାର ଦାସ, ଅଜୟ କୁମାର ଧଳ ସୁବ୍ରତ କୁମାର ଧଳ, ପ୍ରବୀଣ କୁମାର ଦାସ ଅଂଶ ଗ୍ରହଣ କରିଥିଲେ ।