ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି ।
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁରର ଦେବରରେ ପରଲୋକ ହୋଇଥିବା ଜଣାପଡିଛି ।
ଶିବରାଜ ପାଟିଲ ଚାକୁରକର ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ସେ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି ।
ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିକର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ । ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ଚାକୁରକର ମରାଠବାଡାର ଲାତୁରର ସାଂସଦ ଥିଲେ । ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।
୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ବାର ଲୋକସଭା ମଧ୍ୟ ଯାଇଛନ୍ତି । ପ୍ରକାଶଥାଉକି, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ବିଫଳ ହେବା ନେଇ ସ୍ବୀକାର କରିବା ସହିତ ଇସ୍ତଫା ଦେଇଥିଲେ ।



