ଅଭିଜିତ ମଜୁମଦାର…ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ ।

ଅଭିଜିତ ମଜୁମଦାର…ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ ।

ଅଭିଜିତ ମଜୁମଦାର…ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍‌ ଜାଣନ୍ତି । ତାଙ୍କ ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କ ଆଖିରୁ ଲୁହ ବି ଝରେ । ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ଙ୍କର ଏବେ ସୁଧୁରୁଛି ସ୍ବାସ୍ଥ୍ୟାବସ୍ଥା । ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଥିଲା ଗାୟକଙ୍କ ଚିକିତ୍ସା । ନିମୋନିଆ,ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି ସଙ୍ଗୀତଜ୍ଞ । ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁର ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ଏମ୍ସର ମେଡିସିନ ୱାର୍ଡରେ ଚାଲିଛି ତାଙ୍କର ଚିକିତ୍ସା ।