୧୦ ଥର ଫେଲ୍… ଏବେ IAS ଅଫିସର ଦଶମରେ ଥାର୍ଡ ଡିଭିଜନ୍ , ଅନ୍ୟ ପରୀକ୍ଷାରେ ୧୦ ଥର ଫେଲ୍ ହେଲେ ୭୭ ରାଙ୍କ୍ ରଖି ବନିଲେ

୧୦ ଥର ଫେଲ୍… ଏବେ IAS ଅଫିସର ଦଶମରେ ଥାର୍ଡ ଡିଭିଜନ୍ , ଅନ୍ୟ ପରୀକ୍ଷାରେ ୧୦ ଥର ଫେଲ୍ ହେଲେ ୭୭ ରାଙ୍କ୍ ରଖି ବନିଲେ

୧୦ ଥର ଫେଲ୍… ଏବେ IAS ଅଫିସର ଦଶମରେ ଥାର୍ଡ ଡିଭିଜନ୍ , ଅନ୍ୟ ପରୀକ୍ଷାରେ ୧୦ ଥର ଫେଲ୍ ହେଲେ ୭୭ ରାଙ୍କ୍ ରଖି ବନିଲେ IAS ଅଫିସର ବିହାରର ଏକ ନିପଟ ଗାଁର ସିଦାସାଧା ପିଲାଟି ଅବନୀଶ ଶରଣଙ୍କ କାହାଣୀ ପ୍ରତି ଛାତ୍ରଛାତ୍ରୀଙ୍କୁ ସାହାସ ଯୋଗାଇବ ,ଯିଏ ଥରେ ଦୁଇ ଥର ବିଫଳ ହେବା ପରେ ହାର ମାନିଯାଆନ୍ତି , ଆଉ କେତେଜଣ ଜୀବନ ହାରିଦେବା ଭଳି ଚରମ ନିଷ୍ପତ୍ତି ନେଇଯାଆନ୍ତି । ଅବନୀଶ ପିଲା ଦିନରୁ ମେଧାବୀ ନଥିଲେ । ଦଶମ ପରୀକ୍ଷାରେ ରଖିଥିଲେ ମାତ୍ର ୪୪ ପ୍ରତିଶତ ନମ୍ବର । ଯୁକ୍ତ ଦୁଇରେ ୬୫ ପ୍ରତିଶତ ଓ ଗ୍ରାଜୁଏସନରେ ୬୦ ପ୍ରତିଶତ ମାର୍କ ରଖିଲେ । ଏତେ କମ୍ ମାର୍କ ରଖିବା ପରେ ବି ତାଙ୍କ ମନରେ ସବୁବେଳେ ଇଚ୍ଛା ଥିଲା , କଲେକ୍ଟର ହେବେ , ବଡ଼ ମଣିଷ ହେବେ । ଏତେ କମ୍ ମାର୍କ ରଖିବା ପରେ ହୁଏତ କେହି ନିଜ ସ୍ବପ୍ନ ସହ ସାଲିସ କରିଥାନ୍ତା କିନ୍ତୁ ଅବନୀଶ କରିନଥିଲେ ।