Editor Dec 13, 2025 4
Editor Dec 13, 2025 3
Editor Dec 13, 2025 2
Editor Nov 1, 2025 8
Editor Nov 1, 2025 5
Editor Oct 5, 2025 7
Editor Oct 4, 2025 11
Editor Sep 30, 2025 6
Editor Nov 3, 2025 12
Editor Oct 31, 2025 2
Editor Oct 31, 2025 4
Editor Sep 6, 2025 6
Editor Sep 17, 2025 24
Editor May 20, 2025 5
Editor Nov 9, 2024 17
Editor Oct 12, 2024 9
Editor Oct 12, 2024 6
Editor Feb 1, 2025 10
Editor Jan 27, 2025 19
Editor Jan 26, 2025 18
Editor Nov 8, 2024 11
Editor Oct 18, 2024 16
Editor Mar 30, 2025 117
Editor Mar 27, 2025 8
Editor Mar 27, 2025 62
Editor Mar 24, 2025 130
Editor Mar 21, 2025 22
Editor Apr 6, 2025 35
Editor Feb 3, 2024 19
Join our subscribers list to get the latest news, updates and special offers directly in your inbox
ରାଜନୀତି
ଓଡ଼ିଶା ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ମହିଳା ଜନତା ଦଳ, ମାଲକାନଗିରି ଜିଲ୍ଲା ତରଫରୁ ଦାବି ପତ୍ର ପ୍ରଦାନ । ମାଲକାନାଗିରି ତା:-୧୮/୦୯ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲା ବିଜୁ ମହିଳା ନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଓଡିଶା ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ପ୍ରତି ରାଜ୍ୟରେ ଘଟୁଥିବା ମହିଳା ବିରୋଧ ଲୋମହର୍ଷଣକାରୀ ଘଟଣାଗୁଡିକ ତର୍ଜମା କଲେ ଜଣାଯାଉଛି ଓଡ଼ିଶାର ମହିଳାଙ୍କ ପ୍ରତି ହେଉଥିବା ଅବହେଳା, ସାମାଜିକ ତଥା ଆର୍ଥିକ ଅସମାନତା, ଅସୁରକ୍ଷିତତା ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବିଫଳତା ଓଡ଼ିଶାରେ ଦେଖାଦେଇଛି । ଓଡ଼ିଶାର ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର, ଯେପରିକି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରକାର ସମୟରେ ଏକ ନିରନ୍ତର ସମସ୍ୟାରେ ପରିଣତ ହୋଇଛି, ଯାହା ନ୍ୟାୟ ପ୍ରଦାନରେ ବ୍ୟବସ୍ଥାଗତ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି । ୧. ସାମ୍ପ୍ରତିକ ଘଟଣାଗୁଡ଼ିକ ମଧ୍ୟରେ ବାଲେଶ୍ଵରର ଜଣେ କଲେଜ ଛାତ୍ରୀ ଆମ୍ବଦାହ କରିଥିଲେ । ସେ ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ହସ୍ତକ୍ଷେପ ପାଇଁ ଆକୁଳ ନିବେଦନ କରିଥିଲେ। କିନ୍ତୁ ପରିତାପର ବିଷୟ କେହି ବି ତାଙ୍କୁ ସୁରକ୍ଷା ନ ଦେବାରୁ ସେ ଶେଷରେ ୧୨ ଜୁଲାଇରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ରାଜ୍ୟରେ ବିଜେପି ସରକାରର ଅଭିଯୋଗ ସମାଧାନ ବ୍ୟବସ୍ଥାର ବିଫଳତାକୁ ଦର୍ଶାଉଛି । ୨. ଏକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ସ୍ଥଳ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଏକ ଭୟଙ୍କର ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣା ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ଆଣିଥିଲା ଏବଂ ଓଡ଼ିଶା ପାଇଁ ଲଜ୍ଜା ଆଣିଥିଲା। ୩. ରାଜ୍ୟରେ ମହିଳା ବିରୋଧୀ ଅପରାଧ ଉଦ୍ବେଗଜନକ ଭାବରେ ବୃଦ୍ଧି ପାଉଥିବା ବେଳେ, ଶାସକ ଦଳର ବିଧାୟକମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ४. ମହିଳାମାନଙ୍କ ପ୍ରତି ଅପମାନଜନକ, ଯୌନ ଏବଂ ଅଶାଳୀନ ମନ୍ତବ୍ୟ ଦେବା ମହିଳାମାନଙ୍କ ମାନସିକ ଚାପର ଏକ ପ୍ରମୁଖ କାରଣ ପାଲଟିଛି । ଏଭଳି ଅମାନବୀୟ ଘଟଣା ଗୁଡିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନନେବା ଏବଂ ନ୍ୟାୟ ନ ମିଳିବା ହେତୁ ମହିଳାମାନେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । ୫. ଗତ ୧୫ ମାସ ମଧ୍ୟରେ ସରକାରୀ ସ୍କୁଲ ଏବଂ ହଷ୍ଟେଲରେ ଯୌନ ନିର୍ଯାତନାର ଅନେକ ମାମଲା ସାମ୍ନାକୁ ଆସିଛି । ଉଲ୍ଲେଖନୀୟ ଘଟଣାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଏବଂ ମାଲକାନଗିରିରେ ଜଣେ ଆଦିବାସୀ ଝିଅ ପ୍ରସବ କରିବା ଅନ୍ତର୍ଭୁକ୍ତ । ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଅପରାଧରେ, କେନ୍ଦୁଝର ଜିଲ୍ଲାର ପଣ୍ଡାପଡ଼ା ପୋଲିସ ସୀମା ଅନ୍ତର୍ଗତ ତେନ୍ତଲାପଶି ଗ୍ରାମରେ ଜଣେ ୧୭ବର୍ଷୀୟା ଆଦିବାସୀ ଝିଅକୁ ବହୁ ବ୍ୟକ୍ତିଙ୍କ ଦ୍ବାରା ଯୌନ ନିର୍ଯାତନା ପରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ସୁନ୍ଦରଗଡ଼, କୋରାପୁଟ, ସମ୍ବଲପୁର ଇତ୍ୟାଦି ଜିଲ୍ଲାଗୁଡ଼ିକରେ ଆଦିବାସୀ ଏବଂ ଦଳିତ ଝିଅମାନଙ୍କ ସହିତ ସମାନ ଘଟଣାମାନ ଲୋକଲୋଚନକୁ ଆସିଛି। ଇତି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଏକ ମାସ ମଧ୍ୟରେ ତିନୋଟି ସ୍ଥାନରେ ନାବାଳିକା ନିର୍ଯ୍ୟାତନା ହୋଇଥିଲା ଯାହାକି ଲୋକ ଲୋଚନକୁ ଆସିଛି। ଯଦି ଲୋକ ଲୋଚନକୁ ଏକ ମାସ ମଧ୍ଯରେ ତିନୋଟି ନିର୍ଯ୍ୟାତନା ଆସିଥିବା ବେଳେ ଲୋକ ଲୋଚନକୁ ଆସି ନଥିବା କେତୋଟି ନିର୍ଯ୍ୟାତନା ଥିବ ତାହା ସହଜରେ ଜାଣିହେବ । ବିଶେଷ କରି ମାଲକାନଗିରି ଜିଲ୍ଲା ଏମ୍.ଭି. ୭୯ ଥାନା ଅନ୍ତର୍ଗତ ଏମ୍.ଭି. ୭୨ ଗ୍ରାମରେ ସପ୍ତମ ଶ୍ରେଣୀର ଦୁଇଜଣ ଛାତ୍ରୀଙ୍କ ମୃତଦେହ ଗଛରେ ଝୁଲୁଥିବା ଘଟଣାରେ ତାଙ୍କୁ ଗଣ ଦୁଷ୍କର୍ମ କରା ଯାଇଥିବା ସ୍ପଷ୍ଟ ପ୍ରମାଣ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ । ସେହିପରି ଚିତ୍ରକୋଣ୍ଡା ସଦର ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେବା ଘଟଣା ମଧ୍ଯ ଲୋକ ଲୋଚନକୁ ଆସିଥିଲା । ସେହିପରି ମାଲକାନଗିରି ବ୍ଳକ ପାଣ୍ଡ୍ରିପାଣି ପଂଚାୟତ ଅନ୍ତର୍ଗତ ବିଜାଘାଟି ଠାରେ ଜଣେ ନାବାଳିକାକୁ ରାତ୍ର ସମୟରେ ଗଣ ଦୁଷ୍କର୍ମ ହୋଇଥିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ସମସ୍ତ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ମାଲକାନଗିରି ଜିଲ୍ଲାରେ ମଧ୍ଯ ନାରୀ ନିର୍ଯ୍ୟାତନା କିପରି ବଢି ଚାଲିଛି। ୬. ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ, ଓଡ଼ିଶାରେ ପ୍ରତିଦିନ ପ୍ରାୟ ୧୫ଟି ବଳାତ୍କାର ମାମଲା ପଞ୍ଜିକୃତ ହେଉଛି । ୭. ଚିନ୍ତାଜନକ ଭାବରେ, ଗତ ୯ ମାସରେ ରାଜ୍ୟରେ ୨୦,୦୦୦ରୁ ଅଧିକ ମହିଳା ନିଖୋଜ ହେବା ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ କେବଳ ୭,୦୪୮ ଜଣଙ୍କୁ ଠାବ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଉପରୋକ୍ତ ତଥ୍ୟ ଏବଂ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯାତନା ଏବଂ ଅସୁରକ୍ଷିତ ପରିସ୍ଥିତିର ଏକ ଭୟଙ୍କର ଚିତ୍ର ପ୍ରଦର୍ଶନ କରୁଛି । ତେଣୁ, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆବଶ୍ୟକୀୟ ଆଇନ୍ ସମ୍ମତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳ ଅନୁରୋଧ କରିବା ସହ ରାଜ୍ୟରେ ମହିଳା ସୁରକ୍ଷା ଏବଂ ନ୍ୟାୟ ବ୍ୟବସ୍ଥାକୁ ପୂନରୁଦ୍ଧାର କରିବାକୁ ବିଜୁ ମହିଳା ଜନତା ଦଳ ଅନୁରୋଧ କରିଛି । ଏଥିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ , ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ , ଜିଲ୍ଲା ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ,ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ , ପୌର ଉପାଧ୍ୟକ୍ଷା କବିତା ମୋହନ୍ତ ,ମାଲକାନଗିରି ସଦର ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ,ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ ,ଜିଲ୍ଲା ପରିଷଦ ସଭ୍ୟ ହୀରଣ୍ୟ ମୁଦୁଲି ,ମୁକା ମାଡକାମୀ ,ବଳି ମାଝୀ ,ମହିଳା ନେତ୍ରୀ ପ୍ରଶାନ୍ତିଲତା ବିଶୋଇ ,ଦେବେ ମାଡି ,ଦହନା ତାଙ୍ଗୁଲ ,ସୁନିତା ଜେନା ,ବ୍ଲକ ସଭାପତି ସର୍ବ ବିଶୋଇ ,ବ୍ଲକ ସଭାପତି ସଦା ପୂଜାରୀ ,ଯୁବ ନେତା କଣ୍ଟେଶ୍ୱର ପୋଟଲା , ଯୁବ ନେତା ମଙ୍ଗଳା ପାଙ୍ଗି ,ଯୁବ ନେତା ରାଜୁ ସୀସା ,କେ.ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ମାଥିଲି ରୁ ଶିବପ୍ରସାଦ ପରିଛା ବିଶେଷ ଖବର
Previous Article
Next Article
Editor
Editor Oct 8, 2025 12
Editor May 29, 2025 133
Editor Dec 6, 2025 2
Editor Dec 7, 2025 3
Editor Jul 23, 2025 1
Editor Sep 14, 2025 4
Editor Nov 28, 2025 317
Editor Nov 16, 2025 211
Editor Nov 27, 2025 204
Editor Dec 7, 2025 198
Editor Nov 15, 2025 187
Editor Sep 28, 2025 36
Editor Sep 12, 2025 16
Editor Sep 11, 2025 17
Editor Sep 8, 2025 11
Editor Sep 2, 2025 37
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 17
View Options