୫ ଦିନ ହେବ ନିଖୋଜ ଥିଲେ ନାବାଳିକା: ବୁଦାମୂଳରୁ ମିଳିଲା….  

୫ ଦିନ ହେବ ନିଖୋଜ ଥିଲେ ନାବାଳିକା: ବୁଦାମୂଳରୁ ମିଳିଲା….  

୫ ଦିନ ହେବ ନିଖୋଜ ଥିଲେ ନାବାଳିକା: ବୁଦାମୂଳରୁ ମିଳିଲା….   ବାସୁଦେବପୁର ୧୮।୯ ଭଦ୍ରକ ଜିଲାର ବାସୁଦେବପୁର ଅଧୀନ ରାଧାନାଥପୁର ଆଢିଆ ଗ୍ରାମରୁ ରାତ୍ରିରୁ ଅପହୃତ ହୋଇଥିବା ନାବାଳିକା ଛାତ୍ରୀ (ସୁଭଦ୍ରା)ଙ୍କର ମୃତଦେହ ୫ ଦିନ ପରେ ଇଷ୍ଟକୋଷ୍ଟ କେନାଲର ଚୂଡ଼ାମଣି ନଖ ପୋଲଠାରୁ ଉଦ୍ଧାର ହୋଇଛି। ଅଗ୍ନିଶମ ବିଭାଗ ଚୂଡ଼ାମଣି ସାମୁଦ୍ରିକ ପୋଲିସ ତଥା ବିଭିନ୍ନ ଥାନାର ପୋଲିସ କର୍ମଚାରୀ ଓ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବାବେଳେ ଗୁରୁବାର ଏହି ଅପହୃତା ନାବାଳିକାଙ୍କର ମୃତଦେହ କୋଷ୍ଟ କେନାଲ ନିକଟରୁ ଏକ ଘାସ ବୁଦା ମୂଳୁରୁ ଉଦ୍ଧାର କରାଯାଇଛି। ମୃତଦେହଟିକୁ ଠାବ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ଫରେନ୍ସିକ, ସାଇଣ୍ଟିଫିକ ତଦନ୍ତକାରୀ ଅଧିକାରୀକୁ ନଜରକୁ ଦିଆଯାଇଛି। ବୁଧବାର ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୂର୍ବାଞ୍ଚଳ ଡି.ଆଇ.ଜି. ପିନାକ ମିଶ୍ର, ଭଦ୍ରକ ଏସ.ପି ମନୋଜ ରାଉତ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ତନାଘନା କରିଥିଲେ। ତେବେ ଏହି ଘଟଣା ପ୍ରକୃତ ଅପରାଧୀଙ୍କୁ ଧରିବା ପାଇଁ ଗ୍ରାମବାସୀ, ଅପହୃତ ନାବାଳିକାଙ୍କର ପରିବାରବର୍ଗ ଦାବି କରିଛନ୍ତି। ଏହି ଘଟଣାରେ ଚୂଡ଼ାମଣି ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।