କଣ୍ଟିଲୋ ରେ ଚଳିତବର୍ଷ ବାବାକପିଳେଶ୍ୱର ଓ କୃଷ୍ନେଶ୍ଵର ଙ୍କ ୧୩ ଦିନିଆ ଦଣ୍ଡ ଉତ୍ସବ ଆରମ୍ଭ।
କଣ୍ଟିଲୋ, ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁସାରେ କଣ୍ଟିଲୋ ର ଆରାଧ୍ୟ ଦେବତା ବାବା କପିଳେଶ୍ୱର ଓ ବାବା କୃଷ୍ନେଶ୍ୱର୍ ଙ୍କ ୧୩ ଦିନିଆ ଦଣ୍ଡଉତ୍ସବ ଗତକାଲି ବୁଧବାର ମଧ୍ୟ ରାତ୍ରରେ ଆରମ୍ଭ ହୋଇଛି। ସୂଚନାରୁ ପ୍ରକାଶ ଯେ, ଏହି ଦଣ୍ଡ ଉପାସ ପାଇଁ ମାନସିକ ଧାରୀ ଦଣ୍ଡୁଆମାନେ ମହାନଦୀ ଘାଟରୁ ପାଣି ତୋଳି ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପର୍ଣ୍ଣ କରି ସାରି ପାଟଦଣ୍ଡୁଆ "ଦଣ୍ଡକାଳୀଙ୍କୁ" ଆବାହନ କରିଥିଲେ। ପରେ ପରେ ହୋମଯଜ୍ଞ ଓ ଶୋଡ଼ଶ ଉପଚାର ପୂଜା ସମ୍ପର୍ଣ୍ଣ କରିବା ପରେ ମାନସିକ ଧାରୀ ମାନେ ଢୋଲ,ଝାଞ୍ଜ,ମହୁରୀ,ଶଙ୍ଖ, ବାଦ୍ୟ ଯନ୍ତ୍ର ର ତାଳେ ତାଳେ ହରିବୋଲ, ହୁଳ ହୁଳି ଦେଇ କଳା ରୁଦ୍ର ମଣି ଭଜେ, କାଶୀ ବିଶ୍ଵନାଥ ଧ୍ବନିରେ ପ୍ରକମ୍ପିତ କରି ଗ୍ରାମ ପରିକ୍ରମା କରିଥିଲେ। ସେହିପରି କଣ୍ଟିଲୋ ହରି ସୁବୁଦ୍ଧି ପାଟଣା (ତଳ) ସାହିରେ ଥିବା କପିଳେଶ୍ୱର ମହାଦେବ ଓ ବାଣପୁର ସ୍ଥିତ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଦଣ୍ଡ ପର୍ବ ଆରମ୍ଭ ହୋଇଯାଇଛି। ଆସନ୍ତା ପଣାସଂକ୍ରାନ୍ତି ଦିନ ପଯ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହିତ ସମସ୍ତ ଜାତିର ମାନସିକ ବ୍ରତଧାରୀ ପୁରୁଷ ଏହି ଉପବାସ କରିଥାନ୍ତି। ଦଣ୍ଡୁଆ ମାନଙ୍କ ଦ୍ଵାରା ଦିନରେ ଧୂଳି ଦଣ୍ଡ ଖେଳ ଓ ରାତିର ନିଆଁ ଦଣ୍ଡ ଖେଳିବାର ପରମ୍ପରା ରହିଆସିଛି।ଏହା ଦେଖିବାକୁ ଜନସାଧାରଣ ଙ୍କ ମନରେ ଆଗ୍ରହ ସୃଷ୍ଟି କରିଥାଏ।ପାଟଣା କପିଳେଶ୍ୱର ଦେବ ଦଣ୍ଡୁଆ ମାନଙ୍କ ଦ୍ଵାରା ରାତିରେ ହେଉଥିବା ଦଣ୍ଡନୃତ୍ୟ ବେଶ ଆକର୍ଷଣୀୟ ହେଉଥିବାର ଶୁଣିବାକୁ ମିଳୁଛି।
ଖଣ୍ଡପଡ଼ା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
