୬ ତାରିଖରୁ ରତନପୁର ଗ୍ରାମକୁ ରାସ୍ତା ନିର୍ମାଣ ନେଇ ପ୍ରଶାସନର ସୂଚନା
ଖଣ୍ଡପଡ଼ା ୩|୪ ଖଣ୍ଡପଡ଼ା ବ୍ଲକର ବଡବାଣପୁର ପଞ୍ଚାୟତ ଅଧୀନସ୍ଥ ରତନପୁର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ନେଇ ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଇଛି। ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ସାଜିଥିବା ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ ପରେ ଆସନ୍ତା ୬ ତାରିଖରୁ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହେବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ରାସ୍ତା ନିର୍ମାଣ ନେଇ ଚିହ୍ନଟ ହୋଇଥିବା ସ୍ଥାନରୁ ପୁଲିସ,ବନ ବିଭାଗ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଗଛ ଗୁଡିକ କଟାଯିବ ବୋଲି ଜଣାପଡିଛି। ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକ ପଡୁ ଥିବା ଜାଗାରୁ ଗଛ ଗୁଡିକ କଟାଯିବା ପରେ ରତନପୁର ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ ବୋଲି ବ୍ଲକ ପ୍ରଶାସନ ସୁତ୍ରରୁ ଜଣାପଡିଛି।ଦିର୍ଘ ବର୍ଷ ପରେ ଗ୍ରାମକୁ ରାସ୍ତା ନିର୍ମାଣ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିବାରୁ ରତନପୁର ଗ୍ରାମବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।
ଖଣ୍ଡପଡା ରୁ ରଜତ ଦାସ୍ ଙ୍କ ରିପୋର୍ଟ ବିଶେଷ ଖବର


admin 
