କାଶୀପୁର ଥାନା କାର୍ଯ୍ୟରତ ଏସଆଇ ପ୍ରସନ୍ନ ସ୍ୱାଇଁ ଙ୍କୁ ଆଇ ଆଇ ସି ଭାବେ ପଦନ୍ନତି ହେଇଯାଇଛି।

କାଶୀପୁର ଥାନା କାର୍ଯ୍ୟରତ ଏସଆଇ ପ୍ରସନ୍ନ ସ୍ୱାଇଁ ଙ୍କୁ ଆଇ ଆଇ ସି ଭାବେ ପଦନ୍ନତି ହେଇଯାଇଛି।

କାଶୀପୁର ଥାନା କାର୍ଯ୍ୟରତ ଏସଆଇ ପ୍ରସନ୍ନ ସ୍ୱାଇଁ ଙ୍କୁ ଆଇ ଆଇ ସି ଭାବେ ପଦନ୍ନତି ହେଇଯାଇଛି। କାଶୀପୁର,୧୮/୧୦ ରାୟଗଡା ଜିଲ୍ଲା ପୋଲିସ ବିଭାଗ ଅନ୍ତର୍ଗତ କାଶୀପୁର ଥାନା ରେ କାର୍ଯ୍ୟରତ ଏସ ଆଇ ପ୍ରସନ୍ନ କୁମାର ସ୍ୱାଇଁ ଙ୍କୁ ପଦନ୍ନତି ହେଇଥିବା ବେଳେ ଜିଲ୍ଲା ସଦର କୁ ଯୋଗ ଦେବା କୁ ନିର୍ଦ୍ଧେଶ ହେଇଥିବା ବର୍ତ୍ତମାନ ଜଣାପଡିଛି । ସୂଚନା ପ୍ରକାରେ ଚଳିତ ମାସ ୧୦ ତାରିଖରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ହେଇଥିବା ବିଜ୍ଞପ୍ତି ପ୍ରକାରେ କାଶୀପୁର ବ୍ଲକ ରେ ଥିବା ଚାରିଗୋଟି ଥାନା ମଧ୍ୟରୁ ୩ ଜଣଙ୍କୁ ପଦନ୍ନତି ହେଇଥିବା ପ୍ରକାଶ ପାଇଥିବା ବେଳେ ଟିକିରି ଥାନା ରେ କାର୍ଯ୍ୟରତ ଦୁଇଜଣ ଏସ ଆଇ ଏବଂ କାଶୀପୁର ଥାନା ରେ କାର୍ଯ୍ୟରତ ଏସ ଆଇ ପ୍ରସନ୍ନ କୁମାର ସ୍ୱାଇଁ ଙ୍କର ନାମ ରହିଛି । ଏସ ଆଇ ପ୍ରସନ୍ନ କୁ ସ୍ୱାଇଁ ୨୦୧୭ ମସିହାରେ ପୋଲିସ ଏସ ଆଇ ଭାବେ ଯୋଗ ଦେଇଥିଲେ । ପ୍ରଥମ କାର୍ଯ୍ୟ କ୍ଷେତ୍ର ଓଡ଼ିଶାର ମୟୂରଭଞ୍ଜ ଓ ପରବର୍ତ୍ତୀ ସମୟରେ ସମ୍ବଲପୁର ରେ ଦାଇତ୍ୱ ତୁଲେଇଥିବାବେଳେ ୨ ବର୍ଷ ୩ ମାସ ହେବ ସେ କାଶୀପୁର ଥାନା ରେ କାର୍ଯ୍ୟରତ ଅଛନ୍ତି । ଏଠାରେ ତାଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଦକ୍ଷତା ଓ ଅତୁଳନୀୟ ସାଇବର କ୍ରାଇମ ସେବା ରେ ସଫଳତା ର ପ୍ରସଂସା ସାଉଁଟିଛନ୍ତି । ପଦନ୍ନତି ପ୍ରକାଶ ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ କୁ ଯୋଗ ଦେବାକୁ ନିର୍ଦ୍ଧେଶ ହେଇଥିବାବେଳେ ତାଙ୍କ ଭଳି ଜଣେ ଦକ୍ଷ ଅଧିକାରୀ ଙ୍କର ଅନୁପସ୍ଥିତି ଏବେ ଅଞ୍ଚଳ ବାସୀଙ୍କୁ ଚିନ୍ତାରେ ପକେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚା ଧରିଛି । ତୁରନ୍ତ ପଦପୁରଣ ପୁଣି ଅନ୍ୟ ଏକ ଦକ୍ଷ ଅଧିକାରୀଙ୍କୁ ଅବସ୍ଥାନ ପାଇଁ ଜନସାଧାରଣ ରେ ଦାବି ହେଉଛି । ରାୟଗଡା କାଶୀପୁର ରୁ, ସୁରେଶ ଚନ୍ଦ୍ର କୁମ୍ଭାର, ରିପୋର୍ଟ ବିଶେଷ ଖବର