ଭଞ୍ଜ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭଞ୍ଜ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭଞ୍ଜ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଖିଚିଂ କିଚକେଶ୍ୱରୀ ମନ୍ଦିର ସୁରକ୍ଷା ସହ କେସନା କୁ ଶିଳ୍ପୀ ଗ୍ରାମ ଘୋଷଣା ଦାବୀ ବାରିପଦା ତା 18/10(ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱରେ କଳା ମୁଗୁନି ପଥରରେ ନିର୍ମିତ ଏକମାତ୍ର ଖିଚିଂ ସ୍ଥିତ ମାଆ କିଚକେଶ୍ଵରୀ ମନ୍ଦିରର ସୁରକ୍ଷା ଓ ଏହାର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଘୋଷିତ ପାଣ୍ଠି ସହିତ କର୍ପସ ଫଣ୍ଡ ଘୋଷଣା ସହିତ କେସନା ଗ୍ରାମକୁ ଶିଳ୍ପୀ ଗ୍ରାମ ଭାବେ ଘୋଷଣା କରିବାର ଦାବୀ ନେଇ ଆଜି ଭଞ୍ଜସେନା ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ପାଳଙ୍କ ଅନୁସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କୁ ଭେଟି ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି. ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରେ ସଂଗଠନ ପକ୍ଷରୁ ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବଶାଖା ସଭାପତି ଏସ.କେ. ରାଜା ଖାନ, ସିଙ୍ଗରାୟ ହେମ୍ବ୍ରମ, ସଞ୍ଜୟ ମହାନ୍ତ, ଦୀପକ କୁମାର ବେହେରା, ରୁଦ୍ର ପଟ୍ଟନାୟକ, ପ୍ରଦୀପ ପଣ୍ଡା, ସୁମିତ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ. ଆଗାମୀ ୪୫ ଦିନ ମଧ୍ୟରେ ଦାବୀ ଗୁଡିକର ସମାଧାନ ପାଇଁ ସରକାରୀ ସ୍ତରରେ ଘୋଷଣା ନହେଲେ, ସଂଗଠନ ପକ୍ଷରୁ ଜାତୀୟ ରାଜପଥ ୪୯ ସ୍ଥିତ ଶିଙ୍ଗଡା ଠାରେ ରାଜରାସ୍ତା ଉପରେ ହରତାଳ କରାଯିବ ବୋଲି ସଂଗଠନ ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଜଣାଇଛନ୍ତି