କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଆଉ ନାଁହାନ୍ତି

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଆଉ ନାଁହାନ୍ତି

ଭୁବନେଶ୍ୱର, ତା.୧୨ /୦୪: ବଲିଉଡ୍‌ର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି। ୭୦ ବର୍ଷରୁ ଅଧିକ ସମୟ ଧରି ବହୁ ଭାଷାରେ ହଜାର ହଜାର ଗୀତ ଗାଇ ସଂଗୀତ ପ୍ରେମୀଙ୍କ ହୃଦୟରେ ସ୍ୱର୍ଗତଃ ଭୋସଲେ ଛାପ ଛାଡ଼ିଯାଇଛନ୍ତି। କେବଳ ଫିଲ୍ମ ସଙ୍ଗୀତ ନୁହେଁ ବରଂ ଶାସ୍ତ୍ରୀୟ ସଙ୍ଗୀତ, ଆଧୁନିକ ପପ୍‌, ଗଜଲ ଏବଂ ଲୋକଗୀତ କ୍ଷେତ୍ରରେ ବି ସେ ଲୋକଙ୍କ ହୃଦୟ ଜିଣିଥିଲେ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁଁ ସ୍ୱର୍ଗତଃ ଭୋସ୍‌ଲେ ଦୁଇଥର ଫିଲ୍ମ ପୁରସ୍କାର ପାଇବା ସହ ଦାଦା ସାହେବ ଫାଲକେ ଆୱାର୍ଡ, ଲାଇଫ ଟାଇମ୍ ଆଚିଭ୍‌ମେଂଟ ପୁରସ୍କାର ସହ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗରେ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି। 

ସ୍ୱର୍ଗତଃ ଭୋସ୍‌ଲେଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପାର୍ଥନା