କୁଟୁନିପଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ମାଥିଲି, (ଶିବପ୍ରସାଦ ପରିଛା ବିଶେଷ ଖବର )ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ କୁଟୁନିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କାଦପଦର ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଯାପନ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୬ ଦିନ ଧରି ଚାଲି ଥିଲା ଛଅ ଗୋଟି ଦଳ ଭାଗ ନେଇଛନ୍ତି। ଉଦଯାପନ ପାଇନାଲ ମ୍ୟାଚ ରେ ଫାଇଟର ଟିମ ଏବଂ କେ ପି ଏଲ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଫାଇଟର ଟିମ ଟସ ଜିତି ବେଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା ଫାଇଟର ଟିମବି ୧୨ଓଭର ୬ ଉକେଟ ଖେଳି ୯୮ ରନ ସଂଗ୍ରହ କରିଥିଲା। ଏହି ପରିପେକ୍ଷି ରେ କେପିଲ ଟିମ ୧୧-୪ଓଭର ରେ ୩ ଗୋଟି ୱିକେଟ୍ ହରାଇ ୯୯ରନ ସଂଗ୍ରହ କରି ନେଇ ବିଜୟ ଲାଭ କରିଥିଲେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସମ୍ମାନନୀୟ ଅତିଥି ଭାବେ ମାଥିଲି ବ୍ଳକ କଂଗ୍ରେସ ସଭାପତି ମଙ୍ଗଳା ଗୌଡ଼, ଯୁବ ନେତା ବିଷ୍ଣୁ ପ୍ରସାଦ ବାକା ,ବ୍ଳକ ଉପଅଧ୍ୟକ୍ଷା ଶ୍ରୀମତୀ ଦେବକୀ ଦଲେଇ,କୁଟୁନିପଲ୍ଲୀ ସରପଞ୍ଚ ଶ୍ରୀମତୀ କମଲି ନାୟକ,
ସମାଜସେବୀ ଚନ୍ଦ୍ରଶେଖର ନାୟକ, ପ୍ରମୁଖ ଉପସ୍ଥିତ ରହି ଥିଲେ। ଟୁର୍ଣ୍ଣାମେଣ୍ଟ ଅପରାହ୍ନ ୩ଟା ରୁ ଆରମ୍ଭ ହେଉଥିବା ବେଳେ ଦର୍ଶକ ବହୁମାତ୍ରା ରେ ଉପସ୍ଥିତ ରହି ଉଭୟ ଦଳ ଖେଳାଳି ମାନଙ୍କ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ଟୁର୍ଣ୍ଣାମେଣ୍ଟରେ ଫାଇନାଲ ରେ ବିଜେତା ଦଳ କୁ ଟ୍ରଫି ଓ ଉପ ବିଜେତା ଦଳ କୁ ଟ୍ରଫି ପ୍ରଦନ କରାଯିବ ବୋଲି କମିଟି ତତଫରୁ ସୂଚନା ରହିଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି କୃଷ୍ଣ ପୂଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ଫାଇନଲ ମ୍ୟାଚ ରେ ଉପସ୍ଥିତ ଅତିଥି ଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା।


admin 
