କିରାଣୀଙ୍କ ଦୁର୍ବ୍ୟବହାରର ଭିଡ଼ିଓ ହେଉଛି ଭାଇରାଲ l

କିରାଣୀଙ୍କ ଦୁର୍ବ୍ୟବହାରର ଭିଡ଼ିଓ ହେଉଛି ଭାଇରାଲ l
ମୋଟୁ ତହସିଲ କାର୍ଯ୍ୟଳୟର ଡେପୁଟି ସୁପର ଭାଇଜର ପ୍ରଦୀପ କୁମାର ମଣ୍ଡଲ ପ୍ରତି ଦୁର୍ବ୍ୟବହାର ଦେଖାଇଛନ୍ତି ମୋଟୁ ତହସିଲ କାର୍ଯ୍ୟଳୟ ର ମୁଖ୍ୟ କିରାଣୀ ପ୍ରଦୀପ ମହାପାତ୍ର lମଦ୍ୟପାନ କରି ଭୁଲିଯାଉଛନ୍ତି ନିଜର ବ୍ୟବହାର l ବାବୁ ମାନୁ ନାହାନ୍ତି ଉପର ତଳ l
କୋୖଣସି କାହାକୁ ନେଇ ଯୁକ୍ତିତର୍କ ହେବା ପରେ ବାବୁ ଜଣକ ଚପଲ କାଢି ମାରିବି ବୋଲି ଧମକ ଦେଖଉଛନ୍ତି l ଏଭଳି ଘଟଣା ଦେଖିବା ପାଇଁ ମିଳିଛି ମୋଟୁ ତହସିଲ ଅନ୍ତର୍ଗତ ମୋଟୁ ତହସିଲ କାର୍ଯ୍ୟାଳୟ ଠାରେ lସେହି ଡେପୁଟି ସୁପରଭାଇଜରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିବା ମଧ୍ୟ ପଛେଇ ନାହାନ୍ତି l ଏଭଳି ଘଟଣା ର ଭିଡ଼ିଓ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରେ ଏହାକୁ ତୀବ୍ର ନିନ୍ଦା କରିବା ସହ ଏହି ମୁଖ୍ୟ କିରାଣି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l ଏଭଳି ଘଟଣା ତହସିଲ କାର୍ଯ୍ୟାଳୟ ର ଜଣେ କର୍ମଚାରୀ ଙ୍କ ଘଟୁଥିବା ବେଳେ ଜଣେ ସାଧାରଣ ଲୋକଙ୍କ ଉପରେ କିଭଳି ଅତ୍ୟାଚାର ହେଉଥିବ ଏଥିରୁ ଜଣା ପଡୁଛି l ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି