କେନ୍ଦ୍ରାପଡ଼ା ଜିଲ୍ଲାର ୪ ହଜାରରୁ ଊର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭର୍ଚୁଆଲ୍ ରେ ଶିଶୁ ସ୍ୱାସ୍ଥ୍ୟ ଉପରେ ତାଲିମ କାର୍ଯ୍ୟକ୍ରମ।

କେନ୍ଦ୍ରାପଡ଼ା ଜିଲ୍ଲାର ୪ ହଜାରରୁ ଊର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭର୍ଚୁଆଲ୍ ରେ ଶିଶୁ ସ୍ୱାସ୍ଥ୍ୟ ଉପରେ ତାଲିମ କାର୍ଯ୍ୟକ୍ରମ।

କେନ୍ଦ୍ରାପଡ଼ା ଜିଲ୍ଲାର ୪ ହଜାରରୁ ଊର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭର୍ଚୁଆଲ୍ ରେ ଶିଶୁ ସ୍ୱାସ୍ଥ୍ୟ ଉପରେ ତାଲିମ କାର୍ଯ୍ୟକ୍ରମ। କେନ୍ଦ୍ରାପଡ଼ା, ୦୮.୦୬.୨୦୨୬: ଜିଲ୍ଲାପାଳ ରଘୁରାମ ଆର.ଆୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶିଶୁ ସ୍ୱାସ୍ଥ୍ୟ ଶାଖା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ାର ମିଳିତ ଆନୁକୂଳ୍ୟରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ବୃହତ୍ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୪,୧୩୨ ଜଣରୁ ଅଧିକ କ୍ଷେତ୍ର କର୍ମଚାରୀ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ। ଏହି ତାଲିମରେ ୧୫୩୬ ଜଣ ଆଶା କର୍ମୀ, ୨୧୪୭ ଜଣ ଅଙ୍ଗନବାଡ଼ି କର୍ମୀ, ୨୬୯ ଜଣ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ୧୮୦ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇଥିଲେ। ଜିଲ୍ଲାର ୧୧୮ରୁ ଅଧିକ ସ୍ମାର୍ଟ କ୍ଲାସ୍‌ରୁମ୍‌ ମାଧ୍ୟମରେ ଏହି ତାଲିମ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ଡା. ଆଦିତ୍ୟ ମହାପାତ୍ର ଏବଂ କନସଲଟାଣ୍ଟ ଅନିନ୍ଦିତା ପଟ୍ଟନାୟକ ତାଲିମ ପ୍ରଦାନ କରିଥିଲେ। ତାଲିମରେ ନବଜାତ ଶିଶୁର ଯତ୍ନ, ମାତୃ ସ୍ତନ୍ୟପାନର ଗୁରୁତ୍ୱ, ବିପଦସଙ୍କୁଳ ଶିଶୁଙ୍କ ଚିହ୍ନଟ, ଘରୋଇ ନବଜାତ ଯତ୍ନ, କଙ୍ଗାରୁ ମଦର କେୟାର, ଅସୁସ୍ଥ ଶିଶୁର ପୁଷ୍ଟି, ଝାଡା ହେଲେ ଓ.ଆର୍.ଏସ୍. ବ୍ୟବହାର, ଆଇରନ୍ ସିରପ୍ ପ୍ରଦାନ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ହାତ ଧୋଇବାର ଅଭ୍ୟାସ, ପୁଷ୍ଟି ପୁନର୍ବାସ କେନ୍ଦ୍ର ଓ ଏସ୍‌.ଏନ୍‌.ସି.ୟୁ.ରୁ ଫେରୁଥିବା ଦୁର୍ବଳ ଶିଶୁଙ୍କ ଯତ୍ନ ଭଳି ବିଭିନ୍ନ ବିଷୟ ଉପରେ ଆଲୋକପାତ କରାଯାଇଥିଲା। ଏଭଳି ସତର୍କତା ଓ ସମନ୍ୱିତ ପଦକ୍ଷେପ ଦ୍ୱାରା ଶିଶୁ ମୃତ୍ୟୁ ଓ ମୃତ ଶିଶୁ ଜନ୍ମ ହାର ହ୍ରାସ ପାଇବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ତାଲିମ ପରେ ଗୋଷ୍ଠୀ ସ୍ତରରେ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଭିନ୍ନ ବ୍ଲକ୍‌ରୁ ଯୋଗଦେଇଥିବା ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଡା.ମହାପାତ୍ର ସବିଶେଷ ଭାବେ ପ୍ରଦାନ କରିଥିଲେ। କେନ୍ଦ୍ରାପଡ଼ାର ଏହି ଅଭିନବ ଓ ବୃହତ୍ ତାଲିମ କାର୍ଯ୍ୟକ୍ରମକୁ ରାଜ୍ୟ ସ୍ତରରୁ ଉଚ୍ଚ ପ୍ରଶଂସା ମିଳିଥିଲା। କାର୍ଯ୍ୟକ୍ରମକୁ ଡେପୁଟି ମ୍ୟାନେଜର ଡା. ସୁକାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବାବେଳେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା ବୈଷୟିକ ସହଯୋଗ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ୟାମ ସୁନ୍ଦର ଟୁଡୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କନସଲଟାଣ୍ଟ, ବ୍ଲକ୍ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ, ସେକ୍ଟର ମେଡିକାଲ ଅଫିସର ଏବଂ ପରିଚାଳନା କର୍ମଚାରୀମାନେ ଏହି ତାଲିମକୁ ତଦାରଖ କରିଥିଲେ।ଆସନ୍ତା ୧୧ ଜୁନ୍‌ରେ “ଅମ୍ଳାନ” କାର୍ଯ୍ୟକ୍ରମ ଉପରେ ଆଉ ଏକ ଭର୍ଚୁଆଲ୍ ତାଲିମ ଆୟୋଜନ କରାଯିବ। ଏଥିରେ ବ୍ଲକ୍ ଶିକ୍ଷା ଅଧିକାରୀ, ବି.ଆର୍‌.ସି.ସି. ଓ ସି.ଆର୍‌.ସି.ସି.ମାନେ ଯୋଗଦେବେ। ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା