ଖଇରା ରେ ୫ ହୋଟେଲ ଉପରେ ଚଢାଉ,ଜଣେ ଅଟକ,ସିଲିଣ୍ଡର ଓ ମଦ ଜବତ
ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ୬/୪ ସୋମବାର ଅପରାହ୍ନରେ ଯୋଗାଣ,ରାଜସ୍ବ,ଅବକାରୀ ଓ ଘରୋଇ ବିଭାଗ ନେଇ ଗଠିତ ବ୍ଲକ ସ୍ତରୀୟ ଅତ୍ୟାବଶ୍ୟକୀୟ ମନିଟରିଂ କମିଟି ପକ୍ଷରୁ ମିଳିତ ଭାବେ ୫ଟି ହୋଟେଲ ଉପରେ ଚଢାଉ କରାଯାଇ ବେଆଇନ ଭାବେ ବ୍ୟବହୃତ ସିଲିଣ୍ଡର ଓ ମଦ ଜବତ ହୋଇଛି ଓ ଜଣକୁ ଅଟକ ରଖାଯାଇଛି । ପ୍ରଥମେ ଅଧିକାରୀ ମାନଙ୍କ ତରଫରୁ ପ୍ରଶାନ୍ତି ହୋଟେଲ ଉପରେ ଚଢାଉ କରାଯାଇ ୩ଟି ଘରୋଇ ସିଲିଣ୍ଡର ଓ ମଦ ଜବତ କରାଯାଇଥିଲା । ପ୍ରରେ ଲକ୍ଷ୍ମୀପ୍ରିୟା ହୋଟେଲରୁ ଗୋଟିଏ ଘରୋଇ ସିଲିଣ୍ଡର,ଏଫଏଫସି ରୁ ୫ଟି ଘରୋଇ ସିଲିଣ୍ଡର,ସ୍ପାଇସ ଅପରୁ ୨ଟି କମରସିଆଲ ଓ କନକ ଦୂର୍ଗାରୁ ଗୋଟିଏ କମରସିଆଲ ସିଲିଣ୍ଡର ଓ କିଛି ପରିମାଣର ମଦ ଜବତ କରାଯାଇଛି ।
ଜବତ ହୋଇଥିବା ବିଦେଶୀ ମଦର ପରିମାଣ ୫ହଜାର ହେବ ବୋଲି କୁହାଯାଉଛି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମନିଟରିଂ କମିଟି ଅଧ୍ୟକ୍ଷ ଖଇରା ତହସିଲଦାର ଅମିତ ରଞ୍ଜନ ହୋତାଓ ଖଇରା ପୋଲିସ ନେତୃତ୍ବର କରାଯାଇଥିବା ଚଢାଉରେ ଯୋଗାଣ ନିରିକ୍ଷିକା ସୁଭାଷିନୀ ସାହୁ,ଅବକାରୀ ଓ.ଆଇ.ସି ପ୍ରହଲ୍ଲାଦ ସାମଲ,ଅତିରିକ୍ତ ତାହସିଲଦାର ସଞ୍ଜିବ ପାତ୍ର ଙ୍କ ସମେତ ଖଇରା ପୋଲିସ କର୍ମଚାରୀ ସାମିଲ ଥୁଲେ ।ଖଇରା ରେ ହୋଟେଲ ମାନଙ୍କର ବିଦେଶୀ ମଦ ବିକ୍ରି ହେଉଛି ବୋଲି ସାଧରଣ ରେ ଦାବୀ ହେଉଛି,ଏହି ଚଢାଉ ଆଗାମୀ ଦିନରେ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।


admin 
