ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ବନ ସହିଦ ଦିବସ ପାଳିତ।
ଲୁଣା ଜଙ୍ଗଲ ବନଖଣ୍ଡ , ରାଜନଗର ଅଧୀନସ୍ଥ ଭିତରକନିକା ଜାତୀୟ ଉଦ୍ୟାନ ଠାରେ ଆଜି ବନ ସହିଦ୍ ଦିବସ ପାଳନ କରାଯାଇଛି।ଏହି ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ଭରଦରାଜ ଗାଓଁକର ସହିଦ୍ ସ୍ମାରକୀ ସ୍ତମ୍ଭ ରେ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜଙ୍ଗଲ ସୁରକ୍ଷା ପାଇଁ ବୀର ଶହୀଦମାନଙ୍କର ଅତୁଳନୀୟ ତ୍ୟାଗ ଓ ବଳିଦାନ ବିଷୟରେ ପ୍ରେରଣାଦାୟୀ ବକ୍ତବ୍ୟ ଦେଇ ଶହୀଦ ପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭିତର କନିକା ବନାଞ୍ଚଳ ଅଧିକାରୀ ଶ୍ରୀ ଚିତ୍ରସେନ ଜେନା ଓ ରାଜନଗର ବନଖଣ୍ଡ ଅଧୀନସ୍ଥ ସମସ୍ତ ବନ କର୍ମଚାରୀ ମାନେ ଯୋଗଦାନ କରି ସହିଦ୍ ମାନଙ୍କ ନିମନ୍ତେ ସ୍ମୃତିଚାରଣ କରିଥିଲେ। ସହିଦ ପରିବାର କୁ ସମ୍ମାନ ର ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଭିତରକନିକା ଅଧିକାରୀ ଚିତ୍ର ସେନା ଜେନା ତାଙ୍କ ବକ୍ତବ୍ୟ ରେ କହିଲେ ଯୋଉ ମାନେ ସହିଦ ହୋଇ ଛନ୍ତି ସେମାନେ ପ୍ରକୃତ ରେ ଜଣେ ଜଣେ ଯୋଦ୍ଧା। ଆଜି ର ବନ୍ ସହିଦ ଦିବସ ରେ ସେମାନଙ୍କୁ ସତ୍ ସତ୍ ନମସ୍କାର।
ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।


admin 
