ଖଣ୍ଡପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.

ଖଣ୍ଡପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ.

ଖଣ୍ଡପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ଖଣ୍ଡପଡ଼ା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅଦାଲତ କାର୍ଯ୍ୟାଳୟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଦେୱାନୀ ଜଜ୍ ରଶ୍ମିରେଖା ପାତ୍ର ଓ ଖଣ୍ଡପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍ଗସ୍ବରପା ଚାଟାର୍ଜୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ୧୩ ଗୋଟି ଜମିଜମା ବିବାଦୀୟ ମାମଲାରୁ ୯ ଗୋଟି ଓ ଅପରାଧିକ ମାମଲା ସମ୍ପର୍କୀତ ୧୨୬ ଟି ମାମଲାରୁ ୨୮ଟି ର ସମାଧାନ କରାଯାଇଥିଲା।ସେହିପରି ଜାତୀୟ କରଣ ବ୍ୟାଙ୍କ ଶାଖା ଗୁଡିକର ୧୬୫ ଟି ମାମଲାରୁ ୧୯ ଟି ର ସମାଧାନ କରାଯାଇ ସେ ବାବଦରେ ସର୍ବମୋଟ ୧ ଲକ୍ଷ ୯୭ ହଜାର ୯ଶହ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି। ସରକାରୀ ଓକିଲ ସୁଜାତା ବେହେରା,ବରିଷ୍ଠ ଆଇନଜୀବୀ ସିର୍ଦ୍ଧାଥ ଶଙ୍କର ରାୟ, ଖଣ୍ଡପଡ଼ା ଓକିଲ ସଂଘ ସମ୍ପାଦକ ବିକ୍ରମ କେଶରୀ ଦେଓଙ୍କ ସମେତ ବହୁ ଆଇନଜୀବୀ ଓ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଅଦାଲତର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ କରିଥିଲେ। ନୟାଗଡ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ସୁପ୍ରିୟା ଦାସ ଙ୍କ ରିପୋର୍ଟ ବିଶେଷ ଖବର