ଗାଇସିଲେଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିଶୁ ମହୋତ୍ସବ.

ଗାଇସିଲେଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିଶୁ ମହୋତ୍ସବ.

ଗାଇସିଲେଟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସୁରଭି 2025 ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଶିକ୍ଷା ଗୋଷ୍ଠୀ ସାଧନ କେନ୍ଦ୍ର ବା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ପରି ଏଇ ବର୍ଷ ମଧ୍ୟ ହୋଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗାଇସିଲଟ ମାଜିଷ୍ଟେଟ /ତହସିଲ ଦାର ମହିୟସୀ ମହିଳା ନାନସି ଖାଲକୋ, ଅଞ୍ଚଳର ଜଣାଶୁଣା ବି. ଜେ. ପି. ନେତା ଶ୍ରୀ ଆନନ୍ଦ ମାଟାରୀ, ବ୍ଲକ ଶିକ୍ଷା ଅଧିକାରୀ କ୍ଷିପ୍ର ବୁଦ୍ଧିମତା ଶ୍ରୀ ରାମଲାଲ ବରିହା ଓ ବିଶିଷ୍ଟ ଶିକ୍ଷକ ଜେ. କେ. ବାରିକ ଇତ୍ୟାଦି l ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ରାଧେଶ୍ୟାମ ଯୋଶୀ ସି ଆର ସି ସି ଗାଇସିଲଟ l ଏହି ସୁରଭି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କର ପାଞ୍ଚଟି ଶିକ୍ଷା ର ଉନ୍ନତି ଦିଗରେ ଲାଭଦାୟକ ଅଟେ l ଅଧିକାରୀ ସ୍ୱାଦିଷ୍ଟ ଖାଦ୍ୟ ଚୁଡା, ଜଳଖିଆର ବ୍ୟବସ୍ଥା କରିଥିଲେ l କାର୍ଯ୍ୟକ୍ରମ ଠିକ ଗାଇସିଲେଟ ରାସ୍ତା, ସ୍କୁଲ, କଲେଜ ଓ ଗାଁର ଶୀର୍ଷକ ସ୍ଥାନ ହେତୁ ଜନଗହଳି ହେଉଛି lଶିଶୁକୁ ରାଜ୍ୟସ୍ତରକୁ ନେବାର ଏକ କାର୍ଯ୍ୟକ୍ରମ ହେଉଛି ସୁରଭି l ତେବେ ପଚାଜାଣିବା.................. ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ