ଗାଇସିଲେଟ ସ୍କୁଲରେMDM ପାଚିକା ପଦବୀ ମନୋନୀତ ଗାଇସିଲେଟ .

ଗାଇସିଲେଟ ସ୍କୁଲରେMDM ପାଚିକା ପଦବୀ ମନୋନୀତ ଗାଇସିଲେଟ (ବରଗଡ 14-07-2025 ) ଆଜି ନୋଡାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଗାଇସିଲେଟ ତତ୍ୱାବଧାନରେ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ଅନୀଲ କୁମାର ବେହେରାଙ୍କ ଦ୍ୱାରା ସରକାରଙ୍କ ଆଦେଶ ମତେ କସ୍ତୁରବା ଗାନ୍ଧୀ ବାଳିକା ସେବା ସଦନରେ ଏକ ପାଚିକା ପଦବୀ ଖାଲି ଥିଲା lଏହାର ପୁରଣ କରିବାକୁ ଯାଇ ଆଜି ଏ ବି ଇ ଓ ଶ୍ରୀ ଧବଳେଶ୍ୱର ବରିହା ଓ ସି ଆର ସି ସି ଶ୍ରୀ ରାଧେଶ୍ୟାମ ଯୋସୀଙ୍କ ଉପସ୍ଥିତରେ ସରକାରଙ୍କ ଆଦେଶ ଅନୁସାରେ ବିଧବା ଶ୍ରୀମତୀ ସୌଦାମିନୀ ମଝିଙ୍କୁ ସର୍ବସାମ୍ମତି କ୍ରମେ ପଦବୀ ପୁରାଣ କରାଗଲା l ପଦବୀରେ ତର୍ଜମାରେ କେବଳ ଜଣେ ସରକାରଙ୍କ ନିର୍ଦେସାବଳୀରେ ଉପସ୍ଥିତ ଥିଲେ ଏଣୁ କର୍ମ ପ୍ରଭାରୀ ସମସ୍ତ ଏଗାର ଜଣ ପଦବୀପାଇଁ ଥିବା ସଭ୍ୟା ରିତା ସାହୁ, ଝରଣା ସାହୁ, କୁନ୍ତଳା ସାହୁ, ସଞ୍ଜୁଲତା ସାହୁ, ଉମାକାନ୍ତି ସାହୁ, ଜ୍ୟୋସ୍ନାମୟୀ ପାଣ୍ଡେ ଜାହ୍ନବୀ ଖରସେଲ, ସୌଦାମିନୀ ମାଝୀ, ଧାନମତି ସାହୁ ଇଳାବତୀ ସାହୁଙ୍କ ଶାନ୍ତି ପୂର୍ଣ୍ଣ ସମର୍ଥନରେ ଇଣ୍ଟରଭ୍ୟୁ ପରିସମାପ୍ତି କରି ଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିରୁ ଶ୍ରୀ ସୌକିଲାଲ ବରିହା,ଶ୍ରୀ ବିଜୟ କୁମାର ସାହୁ , ଶ୍ରୀ ଯୋଗେଶ୍ୱର ସାହୁ, ଶ୍ରୀମତୀ ତୋସମତୀ ସାହୁ,ସହଯୋଗୀ ଅଧ୍ୟକ୍ଷ ଶ୍ରୀ ଫକୀର ଦୀପ ଓ ମୁଖ୍ୟସଭ୍ୟ ଶ୍ରୀ ତ୍ରିଲୋଚନ ପଣ୍ଡାଙ୍କ ସହିତ ସହଯୋଗୀ ଶ୍ରୀ ଦାମୋଦର ସାହୁ ଯୋଗ ଦେଇଥିଲେ l ଏ ବି ଇ ଓ ଶ୍ରୀ ବରିହା ଓ ସି ଆର ସି ସି ଶ୍ରୀ ଯୋଶୀ କମିଟି ଓ କାର୍ଯ୍ୟକ୍ରମକୁ ବିଶେଷ ପ୍ରଶଂସା କରି ଶାନ୍ତି ଶୃଙ୍ଖଳା ପରିବେଶ ଦେଖି ଆନନ୍ଦ ଅନୁଭବ କରିଥିବାର ମନ୍ତବ୍ୟ ପ୍ରଦାନ କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l