ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ.

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ.

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ...

ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି। ଏସବୁ ଭିତରେ ସୋମବାର ରାଜ୍ୟ ସରକାର ଏକ ବଡ଼ ପପକ୍ଷେପ ନେଇଛନ୍ତି। ସବୁ କଲେଜରେ ତୁରନ୍ତ ଇଣ୍ଟରନାଲ କମିଟି ଗଢ଼ିବାକୁ ଚିଠି ଲେଖାଯାଇଛି।

୨୪ ଘଣ୍ଟା ମଧ୍ୟରେ ଇଣ୍ଟରନାଲ କମିଟି ନେଇ ରିପୋର୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ସବୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି ପଠାଯାଇଛି। କମିଟି ସଦସ୍ୟଙ୍କ ନାଁ ଓ କଣ୍ଟାକ୍ଟ ନମ୍ବର ସ୍ପଷ୍ଟ ଚିହ୍ନିତ ସ୍ଥାନରେ ଡିସ୍ପ୍ଲେ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବାବଦରେ ବିସ୍ତୃତ ତଥ୍ୟ HIMS ପୋର୍ଟାଲରେ ଅପ୍‌ଲୋଡ ହେବ। ଯୌନ ନିର୍ଯାତନା ବାବଦରେ ସଚେତନ ପାଇଁ ତୁରନ୍ତ ୱାର୍କସପ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।