ଗାଜା-ଇସ୍ରାଏଲ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ମୋଦୀ..

ଗାଜା-ଇସ୍ରାଏଲ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ମୋଦୀ..

ଗାଜା-ଇସ୍ରାଏଲ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ମୋଦୀ... ନୂଆଦିଲ୍ଲୀ: ଗାଜାରେ ଚାଲିଥିବା ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ହ୍ୱାଇଟ୍‍ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‍ ନେତାନ୍ୟାହୁଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଯୋଜନାରେ ସହମତି ପ୍ରକାଶ କରିଛନ୍ତି ନେତାନ୍ୟାହୁ । ଡୋନାଲ୍ଡ ହମାସକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଯୋଜନା ପାଲେଷ୍ଟାଇନ ଏବଂ ଇସ୍ରାଏଲ ଲୋକଙ୍କ ପାଇଁ ସ୍ଥାୟୀ ଶାନ୍ତି ପଥ ପ୍ରଶସ୍ତ କରୁଛି । ଟ୍ରମ୍ପ ହମାସକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ‘ମୁଁ ଆଶା କରୁଛି ଆମେ ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବୁ, ଏବଂ ଯଦି ହମାସ ଏହି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରେ, ଯାହା ସମ୍ଭବ, ତେବେ ସେମାନେ ଏହି ଚୁକ୍ତିରୁ ବାଦ ପଡିବେ । ଅନ୍ୟ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି, କିନ୍ତୁ ମୁଁ ଭାବୁଛି ଆମେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବୁ । ଯଦି ତାହା ନହୁଏ ତେବେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଯାହା କରିବେ ସେଥିରେ ଆମର ପୂର୍ଣ୍ଣ ସମର୍ଥନ ରହିଛି ।